ସ୍ଟାଟଅପ କମ୍ପାନୀ Wellversed ରେ ଭାଗିଦାରୀ ହେଲେ କ୍ରିକେଟର ଯୁବରାଜ ସିଂହ, ଖୁବଶୀଘ୍ର ହେବେ ବ୍ରାଣ୍ଡ ଆମ୍ବାସାଡର

କ୍ରିକେଟ ଖେଳାଳି ଯୁବରାଜ ସିଂହ ପୋଷକ ଉତ୍ପାଦ ସହ ଜଡିତ ଥିବା ଷ୍ଟାଟଅପ Wellversed ରେ ନିବେଶ କରିଛନ୍ତି। ଏହି ନିବେଶ କରି ସେ କମ୍ପାନୀର ସର୍ବଶ୍ରେଷ୍ଠ ନିବେଶକ ହୋଇଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କର ନିବେଶ ରାଶିର ଖୁଲାସା କରିନାହାନ୍ତି। ଏହା ସହିତ ଯୁବରାଜ ବର୍ତ୍ତମାନ ବଲିଉଡର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ହେବେ। ପୂର୍ବରୁ ମଧ୍ୟ ହେଲ୍‌ଦିୟଂସ, ହେଲୋ ସୁଟ, ଜେଟ ସେଟ ଗୋ ଭଳି ଅନେକ ସ୍ଫାଟଅପରେ ସେ ନିବେଶ କରିଛନ୍ତି।

yuvi2

ତେବେ ଯୁବରାଜ କମ୍ବାନୀର ୧୦୦ କୋଟି ଟଙ୍କାର ମୂଲ୍ୟାଙ୍କନ ଅନୁସାରେ ଭାଗୀଦାର ହୋଇଛନ୍ତି ବୋଲି ନ୍ୟୁଜ ଏଜେନ୍ସି ପଟିଆଇ ସୂଚନା ଦେଇଛନ୍ତି। େଓ୍ଵଲଭର ସହ ସଂସ୍ଥାପକ ଅନନ ଖୁରମା ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ନିଜ ଫାଉଣ୍ଡେସନ ଏବଂ ଓ୍ଵାଇଡବ୍ଲୁସି ଜରିଆରେ ଆମେ ଲୋକଙ୍କ ଜୀବନକୁ ଉନ୍ନତ କରିବାକୁ କାମ କରୁଛୁ ବୋଲି ଯୁବରାଜ କହିଛନ୍ତି। Wellversed ଖୁବ ଆକର୍ଷକ ନାମ ହୋଇଥିବା ବେଳେ ଏଥିରେ ଖାଦ୍ୟ ପଦାର୍ଥ କିମ୍ବା ଏହାର ସୁବିଧାର ସମସ୍ତ ସୁବିଧା ରହିଛି। ଏହାର ସମସ୍ତ ଉତ୍ପାଦ ସ୍ୱାସ୍ଥ୍ୟ ସହିତ ଜଡିତ ହୋଇ ରହିଛି ଏବଂ ତାଙ୍କ ସହିତ ମିଶି ଆମେ ଉନ୍ନତ ଉତ୍ପାଦ କରିପାରିବୁ ବୋଲି ଯୁବରାଜ କହିଛନ୍ତି।

Wellversed କମ୍ପାନୀ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା। ଯୁବରାଜ ନିବେଶ କରିଥିବା ଟଙ୍କାକୁ କମ୍ପାନୀ ନ୍ୟୁଟରିସନ ଓ ଫୁଡ ପ୍ରୋଡକ୍ଟସର ସପ୍ଲାଇ ବଢାଇବା ପାଇଁ ଏବଂ ସପ୍ଲାଇ ଚେନ୍‌କୁ ମଜବୁତ କରିବା ପାଇଁ ମଧ୍ୟ କରିବ। ଏହା ସହିତ ହେଲ୍‌ଥ ଟ୍ରାନ୍ସଫରମେସନ ପ୍ଲାନରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ କମ୍ପାନୀ ଚାହୁଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.