ଭାରତର ଏମିତି କିଛି ମହାନ କ୍ରିକେଟର ଯିଏ ଆଜି ସୀମାରେ କରୁଛନ୍ତି ଦେଶର ସେବା

ଭାରତରେ କ୍ରିକେଟର ବହୁତ ମହତ୍ତ୍ବ ରହିଛି। ଦେଶର ଜାତୀୟ ଖେଳ ହକି ହୋଇଥିଲେ ମଧ୍ୟ କ୍ରିକେଟ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅଧିକ ଆଗ୍ରହ ରହିଥାଏ। ତେବେ ଭାରତୀୟ କ୍ରିକେଟ ଖେଳାଳୀ ଖାଲି ପଡ଼ିଆ ଉପରେ ନୁହଁ ବରଂ ଦେଶ ପାଇଁ ମଧ୍ୟ ଅନେକ ମହତ୍ତ୍ବ ପୂର୍ଣ୍ଣ କାମ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି କିଛି କ୍ରିକେଟର ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯେଉଁମାନେ କ୍ରିକେଟ ପଡ଼ିଆରେ ଦେଶର ସମ୍ନାନ ବଢ଼ାଇବା ପରେ ବିଭିନ୍ନ ସରକାରୀ ପଦରେ ରହି ଦେଶ ପ୍ରତି ନିଜର ଦାୟିତ୍ବ ନିର୍ବାହ କରୁଛନ୍ତି।

ସଚ୍ଚିନ ତେନ୍ଦୁଲକର :

କ୍ରିକେଟର ଭଗବାନ ଭାବେ ଜଣାଯାଉଥିବା ସଚ୍ଚିନ ତେନ୍ଦୁଲକର ଭାରତୀୟ ଟିମ୍ ପାଇଁ ମେରୁଦଣ୍ଡ ଭାବେ ଖେଳୀ ଭାରତକୁ ଅନେକ ପୁରସ୍କାର ଜିତାଇଛନ୍ତି। ଏବେ କ୍ରିକେଟରୁ ସନ୍ୟାସ ନେବା ପରେ ସଚ୍ଚିନ ୨୦୧୦ ମସିହାରୁ ଭାରତୀୟ ବୟୁସେନାରେ କ୍ୟାପଟେନ୍ ଭାବେ କାର୍ୟ୍ୟକାରୀ କରୁଛନ୍ତି।

ମହେନ୍ଦ୍ର ସିଂ ଧୋନୀ :

ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଅଧିନାୟକ ଭାବେ ଜଣାଯାଉଥିବା ମହେନ୍ଦ୍ର ସିଂ ଧୋନୀ ୨୦୧୫ ମସିହାରେ ଭାରତୀୟ ସେନାରେ ଲେଫନେଣ୍ଟ କର୍ନଲ ଭାବେ ନିଯୁକ୍ତ ହୋଇଛନ୍ତି। ତେବେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳୀବା ପୂର୍ବରୁ ମଧ୍ୟ ଧୋନୀ ଇଣ୍ଡିଆନ ରେଲୱେରେ କାର୍ୟ୍ୟରତ ରହିଥିଲେ।

କପିଲ ଦେବ :

ଭାରତୀୟ ଟିମର ପୂର୍ବ ଅଧିନାୟକ କପିଲ ଦେବ ଜଣେ ଅଲ ରାଉଣ୍ଡର ଭାବେ ଜଣାଯାଆନ୍ତି । ୧୯୮୪ ମସିହାର ବିଶ୍ବକପରେ ଭାରତ କ୍ରିକେଟ ଟିମରେ ଖାସ ସ୍ଥାନ ନେଇଥିଲେ କପିଲ ଦେବ। କ୍ରିକେଟରୁ ସନ୍ୟାସ ନେବାର ବହୁ ବର୍ଷ ପରେ ୨୦୦୮ ମସିହାରେ ସେ ଭାରତୀୟ ସେନାରେ ଲେଫନେଣ୍ଟ କର୍ନଲ ଭାବେ ନିଯୁକ୍ତ ହୋଇଥିଲେ।

ହରଭଜନ ସିଂ :

ଭାରତୀୟ ସ୍ପିନର ହରବଜନ ସିଂଙ୍କ ବଲ ସାମ୍ନାରେ ବହୁତ ଭଲ ଖେଳାଳୀଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଇଥାଏ। ତେବେ କ୍ରିକେଟ ଟିମରେ ଏବେ ଖେଳିବାର ମଉକା ମିଳୁନଥିବା ବେଳେ ତାଙ୍କୁ ଅନେକ ଟେଲିଭିଜନ ରିଆଲିଟି ସୋ ଗୁଡ଼ିକରେ ଦେଖିବାକୁ ମିଳିଥାଏ। ତେବେ ଏହା ଛଡ଼ା ହରବଜନ ସିଂ ପଞ୍ଜାବ ପୋଲିସରେ ସିଏସପିର ପଦରେ ନିଯୁକ୍ତି ମଧ୍ୟ ପାଇଛନ୍ତି।

ଉମେଶ ୟାଦବ:

ଉମେଶ ୟାଦବ ଭାରତୀୟ ଟିମର ଦ୍ରୁତ ବୋଲର ଭାବେ ଜଣାଯାଆନ୍ତି। ତାଙ୍କୁ ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ନିଯୁକ୍ତି ମିଳିଛି।