ଆଜି ୭୨ ତମ ସ୍ୱାଧୀନତା ଦିବସ : ସବୁଠି ଫର ଫର ଉଡ଼ୁଛି ଜାତୀୟ ପତାକା

ନୂଆଦିଲ୍ଲୀ(କେ ନ୍ୟୁଜ୍) : ଆଜି ୭୨ତମ ସ୍ୱାଧୀନତା ଦିବସ । ପୁରପଲ୍ଲୀ ଉତ୍ସବମୁଖର । ପଲ୍ଲୀରୁ ଦିଲ୍ଲୀ ସବୁଠି ଫରଫର ଉଡ଼ୁଛି ଜାତୀୟ ପତାକା । ରାସ୍ତାଘାଟ, ସବୁ ସରକାରୀ, ବେସରକାରୀ ଅନୁଷ୍ଠାନ, କ୍ଲବ୍, ଚାରିଆଡେ ଉଡୁଛି ତ୍ରିରଙ୍ଗା । ଶୁଭୁଛି ଦେଶାତ୍ମବୋଧକ ସଙ୍ଗୀତର ଧୂନ । ସ୍ୱାଧୀନତା ଦିବସ ପାଳନରେ ମସଗୁଲ ଅଛନ୍ତି ଦେଶବାସୀ । ଆଉ କିଛି ସମୟ ପରେ ଦିଲ୍ଲୀ ଲାଲ୍କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ସେ ଉଦବୋଧନ ଦେଉଛନ୍ତି, ଏହା ଉପରେ ରହିଛି ସମସ୍ତଙ୍କ ନଜର । ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀ ସମେତ ସମସ୍ତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଷ୍ଟେସନ, ବିମାନବନ୍ଦର ସମେତ ବିଭିନ୍ନ ଜନଗହଳି ସ୍ଥାନ ଉପରେ ସତର୍କ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ସ୍ୱାଧୀନତା ଦିବସ ପାଇଁ ପାର୍ଲାମେଣ୍ଟ ସମେତ ଦିଲ୍ଲୀର ପ୍ରମୁଖ ସରକାରୀ ଓ ବେସରକାରୀ ଅଫିସକୁ ରଙ୍ଗିନ ଆଲୋକରେ ସଜା ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.