କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଆମେରିକା କୋର୍ଟରେ ପୁଣି ପିଟିସନ୍‌ ଦାଖଲ କଲେ ମଡେଲ

ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିୟାନୋ ରୋନାଲ୍ଡୋ। ୧୩ ବର୍ଷ ତଳର ପୁରୁଣା ଦୁଷ୍କର୍ମ ମାମଲାରେ Kathryn Mayorga ନାମ୍ନୀ ମଡେଲ ପୁଣିଥରେ ଆମେରିକାର ଏକ କୋର୍ଟରେ ଏକ ପିଟିସନ୍‌ ଦାଖଲ କରିଛନ୍ତି। ମଡେଲ ଦାବି କରିଛନ୍ତି ଯେ ୨୦୦୯ ମସିହାରେ ଲସ୍‌ ଭେଗାସ୍‌ର ଏକ ହୋଟେଲରେ କ୍ରିଷ୍ଟିୟାନୋ ରୋନାଲ୍ଡୋ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।

ରିପୋର୍ଟ ମୁତାବକ, ୩୬ ବର୍ଷୀୟା Kathryn Mayorga ଦୀର୍ଘ ଦିନ ତଳେ ରୋନାଲ୍ଡୋଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହା ପରେ ଏହି ମାମଲା ଦୀର୍ଘ ସମୟ ଯାଏଁ କୋର୍ଟରେ ଚାଲିଥିଲା। ନିକଟରେ ଆମେରିକାର ଏକ କୋର୍ଟ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରିଥିଲେ। କିନ୍ତୁ ଏବେ ମଡେଲ ଏହି ନିଷ୍ପତ୍ତି ବିରୋଧରେ ପିଟିସନ୍‌ ଦାଖଲ କରିଛନ୍ତି।

ଏହି ମାମଲାରେ ୨ ଥର ଶୁଣାଣି କରିସାରିଲେଣି କୋର୍ଟ:

Kathryn Mayorga ଦୁଷ୍କର୍ମ ଅଭିଯୋଗ ଲଗାଇ Cristiano Ronaldo ଙ୍କ ଠାରୁ ଜରିମାନା ସ୍ୱରୂପ ୩,୭୫,୦୦୦ ଡଲାର ଦାବି କରିଥିଲେ। କିନ୍ତୁ ତା’ ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ଦୀର୍ଘ ଦିନ ଧରି ଚାଲିଥିବା ଏହି କେସ୍‌ରେ ଚଳିତ ବର୍ଷ ଜୁନ୍‌ରେ ଆମେରିକାର ଏକ କୋର୍ଟ ନିଷ୍ପତ୍ତି ଶୁଣାଇଥିଲେ।

୪୨ ପେଜ୍‌ର ଏହି ଅର୍ଡରରେ କୁହାଯାଇଥିଲା ଯେ Kathryn Mayorga ଙ୍କ ଓକିଲ ନିୟମ ମୁତାବକ ଏହି କେସ୍‌କୁ ଲଢ଼ିନାହାନ୍ତି। ଯେଉଁ ମାମଲା ରୁଜୁ କରାଯାଇଛି, ତାହା ଅଭିଯୋଗ ପାଇଁ ନୁହେଁ। ଏହି କାରଣରୁ କୋର୍ଟ ଏହି ମାମଲାକୁ ଆଗକୁ ବଢ଼ାଉନାହାନ୍ତି ଓ କେସ୍‌କୁ ରଦ୍ଦ କରିଦେଇଛନ୍ତି। ଏହି ମାମଲାରେ ୨୦୧୯ ମସିହାରେ ମଧ୍ୟ କୋର୍ଟ କହିଥିଲେ ଯେ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ ନାହିଁ। ତେବେ ବର୍ତ୍ତମାନ ରୁଜୁ ହୋଇଥିବା ମାମଲାର ଶୁଣାଣି ଅଗଷ୍ଟ ୨୩ ତାରିଖ ମଙ୍ଗଳବାର ହେବ ବୋଲି ଜଣାଯାଇଛି।

Also Read: IBPS PO ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍‌ କରିବାର ଆଜି ହିଁ ଶେଷ ସୁଯୋଗ, ଏବେ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.