କରୋନା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ଚେନ୍ନାଇ ସୁପର କିଙ୍ଗସ, ଦାନ କଲା ୪୫୦ ଅକ୍ସିଜେନ କନସେନଟ୍ରେଟର

ବାୟୋ ବବଲରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଆଇପିଏଲକୁ ସ୍ଥଗିତ କରାଯାଇଛି। ଭାରତୀୟ ଖେଳାଳି ଏବେ ଘରକୁ ଫେରିଛନ୍ତି। ଏହା ମଧଦ୍ୟରେ ସାରା ଦେଶରେ କୋଭିଡ ମହାମାରୀର ପ୍ରକୋପ ଜାରି ରହିଛି । ଏପରି ସ୍ଥିତିରେ ଭାରତକୁ ସହଯୋଗ ହାତ ବଢାଉଛନ୍ତି ବିଭିନ୍ନ ଦେଶ । ଖାଲି ବିଦେଶ ନୁହେଁ ଦେଶରେ ଅନେକ ଅଭିନେତା, ଶିଳ୍ପପତି ବି ସହାୟତାର ହାତ ବଢାଉଛନ୍ତି । ତାମିଲନାଡୁର ପ୍ରଭାବିତ ରୋଗୀଙ୍କ ପାଇଁ ୪୫୦ ଅମ୍ଳଜାନ କନସେନଟ୍ରେଟର ବ୍ୟବସ୍ଥା କରିଛି ଚେନ୍ନାଇ ସୁପର କିଙ୍ଗସ୍ ।

ଚେନ୍ନାଇ ସୁପର କିଙ୍ଗସ ଲିମିଟେଡ୍ ନିର୍ଦ୍ଦେଶକ ଆର ଶ୍ରୀନିବାସନ୍ ଶନିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ତାମିଲନାଡୁ କ୍ରିକେଟ୍ ଆସୋସିଏସନର ସଭାପତି ରୁପା ଗୁରୁନାଥ ମଧ୍ୟ ଉପସ୍ଥିତ ଥିଲେ । କୋଭିଡ-୧୯ ରିଲିଫ୍ ଅପରେସନ୍ ସହିତ ଜଡିତ ଏକ ସ୍ୱେଚ୍ଛାସେବୀ ସଂଗଠନ ଭୁମିକା ଟ୍ରଷ୍ଟ ଅମ୍ଳଜାନ କନସନଟ୍ରେଟର ବିତରଣ ସଂସ୍ଥା CSK କୁ ସାହାଯ୍ୟ କରୁଛି ।

ତିନିଥର ଆଇପିଏଲ୍ ଚାମ୍ପିଅନ୍ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସର ଦଳ ମଧ୍ୟ ଟ୍ୱିଟରରେ ଏକ ପୋଷ୍ଟ ପୋଷ୍ଟ କରି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.