Below header

ଆଇପିଏଲ୍‌ : ଆଜି କୋଟଲାରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟକ୍କର, ମ୍ୟାଚ୍‌ ପୂର୍ବରୁ ଧୋନି କଣ କହିଲେ ଯାଦବଙ୍କୁ ଜାଣନ୍ତୁ

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ ଆଇପିଏଲ୍‌ ଟକ୍କରରେ ଓହ୍ଲାଇବେ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଦଳ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ଓ୍ଵିକେଟ୍‌ରେ ହରାଇଥିଲା । ବିଜୟ ସହ ଆଇପିଏଲ୍‌-୧୨ ଆରମ୍ଭ କରିଥିବାରୁ ଏହାକୁ ବଜାୟ ରଖିବା ଲାଗି ପୂରା ଦମ୍‌ରେ ଲାଗି ପଡ଼ିବ ଚେନ୍ନାଇ । ହେଲେ ମ୍ୟାଚ୍‌ ପୂର୍ବରୁ ଏକ ମଜାଦାର ଘଟଣା ଘଟିଛି ଅଧିନାୟକ ଧୋନି ଓ ସାଥୀ ଖେଳାଳି କେଦାର ଯାଦବଙ୍କ ଭିତରେ ।
ଧୋନି ଓ ଯାଦବ ବସିଥିବା ବେଳେ ଯାଦବ କହିଲେ ଗତ ସିଜିନ୍‌ର ପ୍ରଥମ ମ୍ୟାଚ୍‌ରେ ଆମେ ଜିତିଥିଲେ, ଶେଷରେ ଚାମ୍ପିଅନ୍‌ ବି ହେଲେ । ଏଥର ମଧ୍ୟ ବିଜୟରୁ ଆରମ୍ଭ କରିଛନ୍ତି । ଗତଥର ପ୍ରଥମ ମ୍ୟାଚ୍‌ ଜିତିବା ବେଳେ ମୁଁ କ୍ରିଜ୍‌ରେ ଥିଲି । ଏଥର ମଧ୍ୟ ମୁଁ ଅପରାଜିତ ରହିଛି । ପ୍ରାୟ ସବୁ ସମାନ କଥା ଘଟୁଛି । ଏକଥା ଶୁଣି ଧୋନିଙ୍କ ତୁରନ୍ତ ଉତ୍ତର ଥିଲା ‘ବୋଧହୁଏ ଘରକୁ ଫେରିଯିବାର ଯୋଜନା ରହିଛି’ । ଯାଦବ ଆଶ୍ଚର୍ଯ୍ୟ ହୋଇ ହସି ଦେଲେ । କଥା କଣ କି ଗତ ସିଜିନ୍‌ର ପ୍ରଥମ ମ୍ୟାଚ୍‌ ଜିତିବା ବେଳେ ଯାଦବ ଆହତ ହୋଇଥିଲେ । ଆଉ ପୂରା ସିଜିନ୍‌ ଖେଳି ପାରି ନଥିଲେ । ଧୋନି ସେହି କଥାକୁ ଲକ୍ଷ୍ୟ କରି କହିଥିଲେ ‘ଘରକୁ ଫେରିବାର ଚିନ୍ତାରେ ଅଛ ବୋଧହୁଏ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.