ଡେଭିଡ ଓ୍ଵାର୍ଣ୍ଣର ଟେଷ୍ଟ କ୍ରିକେଟରୁ ନେବେ ସନ୍ନ୍ୟାସ, ଜାଣନ୍ତୁ କେବେ ?

ଟେଷ୍ଟ କ୍ୟାରି ଅରକୁ ନେଇ ବଡ଼ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡେଭିଡ ୱାର୍ଣ୍ଣର। WTC ଫାଇନାଲ ପୂର୍ବରୁ ସୂଚନା ଦେଲେ ଡେଭିଡ ଓ୍ଵାର୍ଣ୍ଣର । ଟେଷ୍ଟ ଫର୍ମାଟରୁ କେବେ ସନ୍ନ୍ୟାସ ନେବେ ତାହା କହିଛନ୍ତି ଓ୍ଵାର୍ଣ୍ଣର ।

WTC ଫାଇନାଲ ପୂର୍ବରୁ ବଡ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଓପନର ଡେଭିଡ ଓ୍ଵାର୍ଣ୍ଣର । ଓ୍ଵାର୍ଣ୍ଣର ପାକିସ୍ତାନ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜ ପରେ ଟେଷ୍ଟ ଖେଳରୁ ସନ୍ନ୍ୟାସ ନେଇପାରନ୍ତି । ଆସନ୍ତା ଜାନୁଆରୀରେ ଟେଷ୍ଟରୁ ବିଦାୟ ନେଇପାରନ୍ତି ଓ୍ଵାର୍ଣ୍ଣର । ଆସନ୍ତା ଜୁନ ୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡର ଓଭାଲରେ ଦୁଇ ଦେଶ ଟ୍ରଫି ପାଇଁ ଟକ୍କର କରିବେ।

ଓ୍ଵାର୍ଣ୍ଣର ଜାନୁଆରୀ ୨୦୨୪ରେ ପାକିସ୍ତାନ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ। ଏହାପୂର୍ବରୁ ୱାର୍ଣ୍ଣର ଆଶେସ୍ ସିରିଜ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ଖେଳିବେ ବୋଲି ଜଣାପଡ଼ିଛି। ଜାନୁଆରି ୨୦୨୪ରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ। ଏହା ୱାର୍ଣ୍ଣରଙ୍କ ଶେଷ ଟେଷ୍ଟ ମ୍ୟାଚ୍ ହେବ।

ସେ ୧୦୨ଟେଷ୍ଟ ମ୍ୟାଚରେ ୮୧୫୮ ରନ୍ ସଂଗ୍ରହ କରିଛନ୍ତି। ଏହା ସହ ୱାର୍ଣ୍ଣର ୩ଟି ଦ୍ବିଶତକ, ୨୫ ଟିଶତକ ଏବଂ ୩୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଟେଷ୍ଟ ଇଣ୍ଟରନ୍ୟାସନାଲରେ ତାଙ୍କର ସର୍ବୋତ୍ତମ ସ୍କୋର ୩୩୫ରନ୍ ରହିଛି।

ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରେ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ସିରିଜ ମ୍ୟାଚ ଖେଳିବ । ତେବେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜର ଶେଷ ମ୍ୟାଚ ୩ ଜାନୁଆରୀକୁ ସିଡନୀରେ ଖେଳାଯିବ ।

ଭାରତୀୟ ଟିମ୍‌ ଲଗାତାର ଦ୍ୱିତୀୟ ଥର ପାଇଁ WTC ଫାଇନାଲରେ ପ୍ରବେଶ କରିଛି । କିନ୍ତୁ ଗତଥର ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ହାର ସାମ୍ନା କରିଥିଲା । ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଥର ପାଇଁ WTC ଫାଇନାଲ ମ୍ୟାଚ ଖେଳିବ । ତେବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପ୍ରାଇସ ମନିକୁ ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟ ଜିତିବା ଟିମକୁ ୧୩ କୋଟି ଏବଂ ଉପବିଜେତାକୁ ୬.୫ କୋଟି ଟଙ୍କା ମିଳିବ ।

ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।

ଷ୍ଟାଣ୍ଡବାଏ ଖେଳାଳି: ଯଶସ୍ୱୀ ଜୟସଓ୍ଵାଲ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ ।

ଅଷ୍ଟ୍ରେଲିଆ ଟିମ୍‌ : ପ୍ୟାଟ କେମିନ୍ସ(ଅଧିନାୟକ), ସ୍କଟ୍‌ ବୋଲଣ୍ଡ, ଏଲକ୍ସ କେରୀ, କ୍ୟାମରୁନ ଗ୍ରୀନ, ମାର୍କସ ହ୍ୟାରିସ, ଜୋଶ ହେଜଲଉଡ, ଟ୍ରେଭିସ ହେଡ, ଜୋସ ଇଂଲିଶ, ଉସ୍ମାନ ଖ୍ଵାଜା, ମାର୍ନସ ଲେବୁସନ, ନାଥମ ଲାୟନ, ଟର୍ଡ ମର୍ଫି, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ଡେଭିଡ ଓ୍ଵାର୍ଣ୍ଣର ।

ଷ୍ଟାଣ୍ଡବାଏ ଖେଳାଳି : ମିଚେଲ ମାର୍ଶ, ମେଟ ରେନଶୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.