ଚେନ୍ନାଇ ହାତରୁ ମ୍ୟାଚ ଛଡାଇନେଲା ଦିଲ୍ଲୀ, ୫ ଓ୍ଵିକେଟରେ ଜିତିଲା ଦିଲ୍ଲୀ

ପୁଣି ଚେନ୍ନାଇ ସୁପରକିଙ୍ଗ୍ସ ହାତରୁ ମ୍ୟାଚ ଛଡାଇନେଲା ଦିଲ୍ଲୀ। ଆଇପିଏଲ୍ ୨୦୨୦ର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପରକିଙ୍ଗ୍ସକୁ ୫ ୱିକେଟରେ ହରାଇଛି। ଏହି ମ୍ୟାଚରେ ଦିଲ୍ଲୀର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ୧୦୧ ରନ୍ କରି ଦମଦାର୍ ପାଳି ଖେଳିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସରୁ ମିଳିଥିବା ୧୮୦ ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ୧୯.୫ ଓଭରରେ ୧୮୫-୫ ରନ୍ କରି ବିଜୟ ହାସଲ କରିଥିଲା ।

ଶିଖର ଧୱନ ଏହି ମ୍ୟାଚରେ ଚେନ୍ନାଇ ବିରୋଧରେ ୫୮ ବଲରେ ୧୭୪ ର ଷ୍ଟ୍ରାଇକ ରେଟରେ ୧୦୧ ରନ୍ କଲେ। ଏହି ରୋମାଞ୍ଚକ ମୁକାବିଲାରେ ଦିଲ୍ଲୀ ଚେନ୍ନାଇ ସାମ୍ନାରେ ଶେଷ ଓଭରରେ ୧୭ ରନ୍ ପିଛା କରି ଅକ୍ଷର ପଟେଲକଙ୍କ ଛକାରେ ବିଜୟ ହାସଲ କଲା। ଦିଲ୍ଲୀର ଓପନର ଶିଖର ଧୱନ ଏହି ମୁକାବିଲାରେ ଦମଦାର୍ ବ୍ୟାଟିଂ କରି ୫୭ ବଲରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ପୂରା କଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୭୯-୪ ରନର ସ୍କୋର କଲା। ଚେନ୍ନାଇ ସୁପର କିଙ୍ଗ୍ସ ୧୯.୫ ଓଭରରେ ୧୮୫-୫ ରନ୍ କରି ବିଜୟ ହାସଲ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.