Below header

ନୂଆ ଲୁକ୍‌କୁ ନେଇ ଏବେ ଚର୍ଚ୍ଚାରେ କ୍ୟାପଟେନ କୁଲ୍‌, ମାହିଙ୍କୁ ଦେଖି ଫ୍ୟାନ ଏବେ ପୁରା ପାଗଳ

ସବୁବେଳେ ନିଜର ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି କ୍ୟାପଟେନ କୁଲ୍‌। ଆଉ ତାଙ୍କ ନୂଆ ଲୁକ୍‌ ପାଇଁ ପ୍ରଶଂସକ ମଧ୍ୟ ଚାହିଁବସିଥାନ୍ତି। ଏଥର ଦୀର୍ଘ ୪୩୭ ଦିନ ପରେ ମଇଦାନକୁ ଫେରିଥିଲେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ପଡିଆକୁ ଓହ୍ଲାଇବା ମାତ୍ରେ ଧୋନୀଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଛି। ଆଉ ତାଙ୍କର ଏପରି ଲୁକ୍‌ରେ ଫ୍ୟାନ ପୁରା ଉତ୍ସାହିତ ହୋଇପଡିଥିଲେ। ଧୋନୀଙ୍କ ଦମଦାର ଲୁକ୍‌ରେ ପାଗଳ ହୋଇପଡିଥିଲେ ତାଙ୍କ ଫ୍ୟାନ।

ଶନିବାର ଦିନ ଆଇପିଏଲର ୧୩ ସିଜିନ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ହିଁ ଧୋନୀ ନିଜର ପ୍ରତିଦ୍ୱନ୍ଦୀ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍‌ ଦେଇଥିଲେ। ଅନେକ ଦିନ ପରେ ମଇଦାନ ଓହ୍ଲାଇଥିବା ଧୋନୀଙ୍କ ଲୁକ୍‌ ବେଶ ଚର୍ଚ୍ଚାରେ ଥିଲା। ନୂଆ ହେୟାରକଟ୍‌ ସାଙ୍ଗକୁ ମୁହଁରେ ସାମାନ୍ୟ ଦାଢି ଧୋନୀଙ୍କୁ ବେଶ୍‌ ମାନୁଥିଲା। ଆଉ ଏହାକୁ ଦେଖି ଧୋନୀଙ୍କ ଫିମେଲ ଫ୍ୟାନ ପୁରା ପାଗଳ ହୋଇପଡିଥିଲେ। ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ପ୍ରଥମ ଥର ପାଇଁ ପଡିଆକୁ ଓହ୍ଲାଇଥିଲେ ଧୋନୀ।

ଧୋନୀଙ୍କ ଏପରି ଲୁକ୍‌କୁ ନେଇ ଅନେକ ଲୋକ ବିଭିନ୍ନ ପ୍ରକାର କମେଣ୍ଟ ଦେବା ସହିତ ଫଟୋ ମଧ୍ୟ ଟ୍ଵିଟ୍‌ କରି ସେୟାର ମଧ୍ୟ କରିଛନ୍ତି। କିଏ କହୁଛି,ସାଉଥ ଫିଲ୍ମ ‘ସିଙ୍ଘମ’ର ହିରୋ ସୂର୍ଯ୍ୟାଙ୍କ ଲୁକ୍‌ କହୁଥିବା ବେଳେ କିଏ ଫଟୋ ଦେଖି ପ୍ରେମ କରିବସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.