ଦୀନେଶ କାର୍ତ୍ତିକ ହେଲେ ଯାଆଁଳା ପିଲାଙ୍କ ବାପା ରଖିଲେ ସ୍ପେଶାଲ ନାମ

ଭାରତୀୟ ଦଳର ଜଣାଶୁଣା ଖେଳାଳି ଦୀନେଶ କାର୍ତ୍ତିକ ଓ ସ୍କ୍ଵାଶ ଖେଳାଳି ଦୀପିକା ପାଲିକଲ ଗୁରୁବାର ଦିନ ଯାଆଁଳା ସନ୍ତାନର ଜନକ ହୋଇଛନ୍ତି। ତାଙ୍କ ପତ୍ନୀ ଦୀପିକା ଏକାସଙ୍ଗରେ ଦୁଇଟି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହାସହିତ ପିଲାଙ୍କର ମଧ୍ୟ ସ୍ପେଶାଲ ନାମକରଣ କରିଛନ୍ତି।

ଦୀନେଶ କାର୍ତ୍ତିକ ଓ ଦୀପିକା ଦୁହେଁ ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କୁ ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ନିଜ ଫ୍ୟାମିଲ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଅତ୍ୟନ୍ତ ଖୁସି ଥିବା କାର୍ତ୍ତିକ ଲେଖିଛନ୍ତି, ଏବେ ଆମ ପରିବାର ୩ରୁ ୫ ହୋଇଯାଇଛି। ଦୁଇ ଶିଶୁଙ୍କ ନାମ କବୀର ପାଲିକଲ କାର୍ତ୍ତିକ ଓ ଜିଆନ ପାଲିକଲ କାର୍ତ୍ତିକ ନାମ ରଖାଯାଇଛି । ସେୟାର କରିଥିବା ଫଟୋରେ କାର୍ତ୍ତିକ ଓ ଦୀପିକାଙ୍କ ବ୍ୟତୀତ ଫଟୋରେ ଗୋଟିଏ ବିଦେଶୀ କୁକୁର ରହିଛି। କାର୍ତ୍ତିକ ଏବେ ତାଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା କହିଛନ୍ତି।

ଦୀପିକା ପାଲିକଲ ଜଣେ ଭାରତୀୟ ପେଶାଦାର ସ୍କ୍ଵାଶ ଖେଳାଳି। ସେ ପ୍ରଥମ ଭାରତୀୟ ଭାବେ ପିଏସ୍‌ଏ ମହିଳା ମାନ୍ୟତାର ଶ୍ରେଷ୍ଠ ୧୦ରେ ପ୍ରବେଶ କରିଥିଲେ। ସେହିପରି ୨୦୧୧ରେ ଡବ୍ଲ୍ୟୁଆଇଏସ୍‌ପିଏ (ମହିଳା ଅନ୍ତର୍ଜାତୀୟ ସ୍କ୍ଵାଶ ପ୍ଲେୟାର ଆସୋସିଏଶନ୍‌)ର ଟାଇଟଲ ଜିତିଥିଲେ। ନିକଟରେ ଶେଷ ହୋଇଥିବା ଆଇପିଏଲରେ କାର୍ତ୍ତିକ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ।

ଦୀନେଶ କାର୍ତ୍ତିକ ଏବଂ ଦୀପିକା ପାଲିକଲ ୨୦୧୩ରେ ନିର୍ବନ୍ଧ କରିଥଲେ। ପରେ ୨୦୧୫ରେ ଦୁହେଁ ବିବାହ କରିଥିଲେ। କାର୍ତ୍ତିକଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ୨୦୦୭ରେ ନିକିତାଙ୍କୁ ବିବାହ କରିଥିଲେ। ତାଙ୍କ ସହିତ ୨୦୧୨ରେ ବିବାହ ବିଚ୍ଛେଦ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.