Below header

କ୍ରିକେଟ ଇତିହାସରେ ପ୍ରଥମ: ଆନ୍ତର୍ଜାତିକ ମ୍ୟାଚ ବେଳେ ମଇଦାନରେ ବଡ଼ ତ୍ରୁଟି, ଅଟକାଇବାକୁ ପଡ଼ିଲା ମୁକାବିଲା

କ୍ରିକେଟ ଫିଲ୍ଡରେ ଏପରି ଅନେକ ଭୁଲ ହୋଇଥାଏ, ଯେଉଁ କାରଣରୁ ଖେଳ ଉପରେ ପ୍ରଭାବ ପଡ଼ିଥାଏ। ଏପରି କିଛି ପ୍ରଭାବ ଅଷ୍ଟ୍ରେିଲିଆ ଏବଂୱେଷ୍ଟଇଣ୍ଡିଜ ମହିଳା ଦଳର ଟି ୨୦ ମ୍ୟାଚରେ ଦେଖିବାକୁ ମିଳିଛି। ବାରବାଡୋସ୍‌ ମଇଦାନରେ ଖେଳାଯାଇଥିବା ପୂର୍ବରୁ ଟି ୨୦ ରେ ମଧ୍ୟ ଏପରି ଭୁଲ ହୋଇଥିଲା, ଯାହା କ୍ରିକେଟ ଇତିହାସରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେିଲିଆ ଏବଂ ୱେଷ୍ଟଇଣ୍ଡିଜ ମହିଳା ମଧ୍ୟରେ ମୁକାବିଲା ୪ଟି ବ୍ୟାଟିଂ ପରେ ରୋକିବାକୁ ପଡ଼ିଥିଲା। କାରଣ ମଇଦାନ ମଧ୍ୟରେ ୨୫ ଗଜର ପ୍ରାଙ୍ଗଣରେ କିଛି ତ୍ରୁଟି ରହିଯାଇଥିଲା।ମହିଳା କ୍ରିକେଟଦଳଙ୍କ ପାଇଁ ୩୦ ଗଜ ବଦଳରେ ୨୫ ଗଜ ଘେରା ହୋଇଥିଲା, କିନ୍ତୁ କେସିଂଟନ ଓଓ୍ଵଲ ମଇଦାନରେ ଏହି ଘେରରେ କିଛି ତ୍ରୁଟି ରହିଥିଲା। ଯେତେବେଳେ ୱେଷ୍ଟଇଣ୍ଡିଜ ମହିଳା ଦଳ ବିପକ୍ଷରେ ଅଷ୍ଟ୍ରେଲିଆ ୪ଥର ବ୍ୟାଟିଂ କରିବା ପରେ ଅଷ୍ଟ୍ରେଲିଆ ଟିମ୍‌ର ଅଲରାଉଣ୍ଡର ଜେସ୍‌ ଜୋନାସେନ୍‌ଙ୍କୁ ମଇଦାନରେ ଘେରା ଯାଇଥିବା ୨୫ଗଜ୍‌ ଭୁଲ ଥିବା କଥା କହିଥିଲେ। ଶେଷରେ ଗ୍ରାଉଣ୍ଡସ୍‌ ମ୍ୟାନ ଆସି ମାପିବା ପରେ ଏହି ଘଟଣା ସତ୍ୟ ବୋଲି ପ୍ରମାଣିତ ହୋଇଥିଲା।

womenରିପୋର୍ଟ ଅନୁଯାୟୀ ମଇଦାନରେ ଥିବା ତ୍ରୁଟି ସୁଧୁରିବା ପରେ ଅଷ୍ଟ୍ରେିଲିଆ ଦଳ ସାନଦାର୍‌ ପ୍ରଦର୍ଶନ କରି ବୋଲିିଂ କରୁଥିବା ଟିମ୍‌କୁ ୨୦ ଓଭରରେ ପାଖାପାଖି ୧୦୬ ରନ୍‌ରେ ହରାଇଥିଲା। ଅଷ୍ଟ୍ରେିଆ ଦଳ ୧୮.୫ ଓଭରରେ ନିଜ ଲକ୍ଷ୍ୟ ହାସଲ କରିପାରିଥିଲେ । ଅଷ୍ଟ୍ରେିଲିଆ ମହିଳା ଦଳର କ୍ୟାପଟେନ ମେଗ ଲୌନିଂଗ ୫୪ ରନ୍‌ ହାସଲ କରିଥିଲେ।

ଏହାସହ ପଢନ୍ତୁ: ବର୍ଷା କରାଇ ଦେଲା ନାହିଁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍‌

ରିପୋର୍ଟ ଅନୁଯାୟୀ ଏହି ଘଟଣା ଜଣେ ରନ ଆଉଟ୍‌ ହେବା ପରେ ହିଁ ବିବାଦ ଆରମ୍ଭ ହୋଇଥିଲା। ସୂଚନା ଅନୁଯାୟୀ ମ୍ୟାଚର ତୃତୀୟ ଓଭରରେ ୱେଷ୍ଟଇଣ୍ଡିଜ ବୋଲର୍‌ କିଙ୍ଗ୍‌ ଷ୍ଟେସି କିଙ୍ଗ୍‌ଙ୍କୁ ଏରିନ ବର୍ନ୍ସ ରନଆଉଟ କରିଥିଲେ। କିନ୍ତୁ ଅମ୍ପ୍ୟାୟର ବ୍ୟାଟିସ୍‌ ମ୍ୟାନଙ୍କୁ ଆଉଟ୍‌ କରିନଥିଲେ। ଅମ୍ପ୍ୟାୟରଙ୍କ କହିବା ଅନୁଯାୟୀ ଟିମ୍‌ କୁ କୌଣସି ଖେଳାଳି ରନ ଆଉଟ୍‌ କରିବା ପାଇଁ ଅପିଲ କରିନାହାନ୍ତି। କିନ୍ତୁ ଏହାପରେ ଅଷ୍ଟ୍ରେଲିଆ କ୍ୟାପଟେନ ଅପିଳ କରିଥିବା କତା କହିଥିଲେ। ଯାହାପରେ ଅମ୍ପ୍ୟାୟର ତୃତୀୟ ଅମ୍ପାୟରଙ୍କଠାରୁ ସାହାଯ୍ୟର୍ ମାଗି ୱେଷ୍ଟଇଣ୍ଡିଜ ବ୍ୟାଟସ୍‌ ମ୍ୟାନ ଏରିନ ବର୍ନ୍ସଙ୍କୁ ଆଉଟ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.