କଟକ : ଧଳା ଜହର ରାକେଟର ପର୍ଦ୍ଦାଫାସ, ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ (କେନ୍ୟୁଜ୍) : ବ୍ରାଉନସୁଗାର ରାକେଟର ପର୍ଦ୍ଦାଫାସ । ଗଡଗଡିଆଘାଟ ନିକଟରୁ ୯୨ଗ୍ରାମ ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ମାଛୁଆ ବଜାରର ବଳରାମ ବେହେରା ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।