ବିବିସି ଇଣ୍ଡିଆନ୍‌ ସ୍ପୋର୍ଟସ ୱିମ୍ୟାନ ୨୦୨୦ ଫାଇନାଲିଷ୍ଟ ତାଲିକାରେ ଦୌଡ଼ରାଣୀ ଦୂତି ଚାନ୍ଦ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିବିସି ଇଣ୍ଡିଆନ୍‌ ସ୍ପୋର୍ଟସ ୱିମ୍ୟାନ ୨୦୨୦ ଫାଇନାଲିଷ୍ଟ ତାଲିକାରେ ଦୌଡ଼ରାଣୀ ଦୂତି ଚାନ୍ଦ । ଏଥିରେ ୫ ଜଣ ଭାରତୀୟ ଖେଳାଳି ଥିବା ବେଳେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଅଛନ୍ତି । ଦୂତି ଚାନ୍ଦ ୧୦୦ ମିଟର ରେସରେ ଦକ୍ଷିଣ ଏସିଆର ସବୁଠୁ ଦ୍ରୁତତମ ଧାବିକା ଭାବେ ନୋମିନେସନ ହୋଇଛନ୍ତି ।

ସେହିଭଳି ହରିଆଣା ମୁଷ୍ଟିଯୋଦ୍ଧା ବିନେଶ ଫୋଗାଟ, ମହିଳା ହକି ଟିମ୍‌ ଅଧିନାୟକ ରାନୀ, ସୁଟର ମନୁ ଭାକର ଏହି ଫାଇନାଲିଷ୍ଟ ତାଲିକାରେ ଅଛନ୍ତି । ଚେସ୍‌ ତାରକା କୋନେରୁ ହମ୍ପି ଫାଇନାଲିଷ୍ଟ ତାଲିକାରେ ଅଛନ୍ତି । ଅନ୍ଯପଟେ  ଓଡିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରେରଣାର ଉତ୍ସ ହୋଇ ରହିବାକୁ ଆଶା ପୋଷଣ କଲେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.