ବାଲେଶ୍ୱର: କାର ଭିତରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଧଳା ଜହର ଜବତ, ୩ ଅଟକ

ବାଲେଶ୍ୱର: କାରରେ ଧଳା ଜହର ଚୋରା ଚାଲାଣ। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଶେରଗଡ଼ ଟୋଲ ଗେଟ୍‌ ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ। କାରର୍‌ ଗଞ୍ଜେଇ ଭର୍ତ୍ତି ହୋଇ କୋରାପୁଟରୁ କୋଲକତାକୁ ଚାଲାଣ ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଖନ୍ତାପଡା ପୋଲିସ ଜବତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.