ରାଓ୍ଵଲପିଣ୍ଡି ଟେଷ୍ଟ ଜିତିଲା ଇଂଲଶ ବାହିନୀ, ପାକିସ୍ତାନକୁ ୭୪ ରନ୍ରେ ହରାଇଲା

କେନ୍ୟୁଜ୍: ଇଂଲଣ୍ଡର ନାଟକୀୟ ବିଜୟ । ରାଓ୍ଵଲପିଣ୍ଡି ଟେଷ୍ଟ ଜିତିଲା ଇଂଲଶ ବାହିନୀ । ପାକିସ୍ତାନକୁ ୭୪ ରନ୍ରେ ହରାଇଲା । ହାଇସ୍କୋରିଂ ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୭୪ ରନରେ ହରାଇଲା ଇଂଲଣ୍ଡ । ଶେଷ ଦିନରେ ବାବର ଆଜମଙ୍କ ଦଳ ୨୬୮ ରନ କରି ସମସ୍ତ ଓ୍ଵିକେଟ ହରାଇଥିଲା ।
୩୪୩ ରନ୍ର ଟାର୍ଗେଟର ପିଛା କରୁଥିବା ପାକ୍ ଟିମ ୨୬୮ରେ ଅଲଆଉଟ ହୋଇଥିଲା । ଇଂଲଣ୍ଡ ପ୍ରଥମ ଇଂନିସରେ ୬୫୭ ରନ୍ କରି ଅଲଆଉଟ ହୋଇଥିବା ବେଳେ ଦ୍ୱିତୀୟ ଇଂନିସରେ ୭ଓ୍ଵିକେଟ ହରାଇ ୨୬୪ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ପାକିସ୍ତାନ ଟିମ ପ୍ରଥମ ଇଂନିସରେ ୫୭୯ ରନ୍ କରିଥିଲା । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ଓ ଓଲି ରବିନ୍ସନ୍ ୪ଟି ଲେଖାଏ ଓ୍ଵିକେଟ ନେଇଥିଲେ । ୫ ଦିନରେ ୧ହଜାର ୭୬୮ ରନ୍ ହୋଇଥିଲା ।