ବଦ୍‌ଲା ନେଲା ଇଂଲଣ୍ଡ, ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଣ୍ଡିଜକୁ ହରାଇଲା

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍କୁ ଇଂଲଣ୍ଡ ରୋମାଞ୍ଚକ ଭାବେ ୧୧୩ ରନରେ ଜିତିଛି। ବେନ୍ ଷ୍ଟ୍ରୋକ୍ସଙ୍କ ଧୂଆଁଧାର ବ୍ୟାଟିଂ ପରେ ଷ୍ଟୁଆର୍ଟ ବ୍ରଡଙ୍କ ନେତୃତ୍ବାଧୀନ ବୋଲିଂ ଆଗରେ ଇଣ୍ଡିଜ୍ ହାର ମାନିଛି। ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୧୨ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଜାସନ୍ ହୋଲଡରଙ୍କ ଦଳ ୧୯୮ ରନରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଏଥି ସହିତ ୩ ମ୍ୟାଚ୍ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି।

ମ୍ୟାଚରେ ମୋଟ ୨୫୪ ରନ୍ (୧୭୬ ଓ ୭୮*) ସହ ୩ ୱିକେଟ୍ ନେଇ ବେନ୍ ଷ୍ଟୋକ୍ସ ଧମାଲ କରିଥିଲେ। ପ୍ରଥମ ଟେଷ୍ଟରେ େଓ୍ଵଷ୍ଟଣ୍ଡିଜ ମ୍ୟାଚ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ବାଜିମାତ ମାରିନେଇଛି। ଏହା େଓ୍ଵଷ୍ଟଣ୍ଡିଜ ବିପକ୍ଷରେ ଇଂଲଣ୍ଡର ୫୦ ତମ ବିଜୟ।
ଇଂଲଣ୍ଡର ପ୍ରଥମ ପାଳି ୪୬୯/୯ ଜବାବରେ ରବିବାର ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନ ଚା’ବ୍ରେକ ପରେ ୬ ୱିକେଟ୍ ହରାଇ ଦେବାରୁ ୨୮୭ ରନରେ ସୀମିତ ରହିଯାଇଥିଲା। େଓ୍ଵଷ୍ଟଣ୍ଡିଜ ଦଳ ଫଲୋଅନ୍ ଏଡ଼ାଇଥିଲେ ମଧ୍ୟ ପରାଜୟର ବିପଦରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିଲା।

spot

ଇଂଲଣ୍ଡକୁ ପ୍ରଥମ ପାଳିରେ ଗୁରୁତ୍ବପୂର୍ଣ୍ଣ ୧୮୨ ରନ୍ ଅଗ୍ରଣୀ ମଧ୍ୟ ମିଳିଯାଇଥିଲା। ରୋରି ବର୍ନସ-ଡମ୍ ଶିବ୍ଲେଙ୍କ ବଦଳରେ ବେନ୍ ଷ୍ଟୋକ୍ସ -ଜୋସ୍ ବଟ୍ଟଲର୍ ପାଳି ଆରମ୍ଭ କରିଥିଲେ। ବଟ୍ଟଲର୍ ଏବଂ ଜାକ୍ କ୍ରଲିଙ୍କୁ ସେ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ଏଥି ସହିତ ଚତୁର୍ଥ ଦିନ ଖେଳକୁ ଇଂଲଣ୍ଡ ୩୭/୨ରେ ଶେଷ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.