ସମୁଦ୍ରରେ ମିଳିଲା ଦୁନିଆର ସବୁଠାରୁ ବଡ ଏବଂ ୧୪ ଗୋଡ ଥିବା ଅସରପା, ଦେଖିଲେ ଉଡିଯିବ ହୋସ୍‌

ହିନ୍ଦ ମହାସାଗରରେ ଏଭଳି ଏକ ଜୀବର ସନ୍ଧାନ ମିଳିଛି ଯାହାକି ଅସରପା ଭଳି ଦେଖାଯାଉଛି। କିନ୍ତୁ ତା’ର ଗୋଡ ଅଧିକ ରହିଥିବା ବେଳେ ଆକାରରେ ବହୁ ଗୁଣା ବଡ। ସାଧାରଣତଃ ଦେଖିବାକୁ ମିଳୁଥିବା ଅସରପାର ୬ଟି ପାଦ ରହିଥାଏ। ସେଭଳି ଏହି ସାମୁଦ୍ରିକ ଅସରପାର ୧୪ଟି ଗୋଡ ରହିଛି। ସିଙ୍ଗାପୁରର ରିସର୍ଚ୍ଚସ ହିନ୍ଦ ମହାସାଗରରେ ପ୍ରଥମ ଥର ଏହି ପ୍ରଜାତିର ସାମୁଦ୍ରିକ ଅସରପା ଖୋଜିଛି।

rr

ଏହାକୁ ଜଏଣ୍ଟ ସି ଅସରପା କିମ୍ବା ଡିପ୍ ସି ଅସରପା କୁହନ୍ତି। ଏହାକୁ ୧୪ ଗୋଡ ଥିବା ସାମୁଦ୍ରିକ ଅସରପାକୁ ବାୟୋଲୋଜିକ୍ସ ନାମ ବେଥିନୋମସ୍ ରକସାସା ଅଟେ। ଏହି ଅସରପା ୨୦୧୮ରେ ଇଣ୍ଡୋନେସିଆର ପଶ୍ଚିମ ଜାଭରେ ବେନଟେନର ଉପକୂଳ ପାଖରେ ଦେଖିବାକୁ ମିଳିଛି। ଏହାପରେ କେବେ ଦେଖିବାକୁ ମିଳିନି।

asa

ବେଥିନିମସ୍ ରୁକସାସାର ନିକଟ ସାମୁଦ୍ରିକ ପ୍ରଜାତିରେ ଫୁସଫୁସ ଓ ଚିଙ୍ଗୁଡିଠାରୁ ଆସିଥାଏ। ଏହାର ଆକାର ୫୦ ସେଣ୍ଟିମିଟର ପର୍ଯ୍ୟନ୍ତ ବଢିପାରେ। ସମୁଦ୍ର ବିଜ୍ଞାନ ଦୁନିଆରେ ଏପର୍ଯ୍ୟନ୍ତର ଦ୍ବିତୀୟ ସବୁଠାରୁ ବଡ ଆଇସୋପୋଡ୍ ଅଟେ। ବେଥିନିମସ୍ ରକସାସ୍ ସମୁଦ୍ର ଭିତରେ ମରିଯାଇଥବା ଜୀବଙ୍କୁ ଖାଇ ବଞ୍ଚି ରହିଥାଏ। କିନ୍ତୁ ଯଦି ବହୁ ଦିନ ପର୍ଯ୍ୟନ୍ତ ତାକୁ ଖାଇବାକୁ ମିଳେନି ତେବେ ମଧ୍ୟ ବଞ୍ଚି ରହିଥାଏ।

ଏହି ସାମୁଦ୍ରିକ ଅସରପାକୁ ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ଓ ଇଣ୍ଡୋନେସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସେଜର ରିସର୍ଚ୍ଚ ସେଣ୍ଟର ଅଫ୍ ଓଶିୟାନୋଗ୍ରାଫିର ବୈଜ୍ଞାନିକ ମିଳିତ ଭାବରେ ଖୋଜିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.