ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ହେବ ପ୍ରଦର୍ଶନୀ ହକି ମ୍ୟାଚ୍‌, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା(କେନ୍ଯୁଜ୍) : ଆସନ୍ତା ନଭେମ୍ବର ୪ ତାରିଖରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍‌ ଅନୁଷ୍ଠିତ ହେବ । ଅଷ୍ଟ୍ରେଲିଆର ସାଉଥ୍‌ ୱେଲସ୍ କ୍ଳବ୍‌ ଏବଂ ଓଡ଼ିଶା ଇଲେଭେନ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟାଚ୍‌ ଉଦଘାଟନ କରିବେ । ମ୍ୟାଚ୍‌ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି ।

111ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତୀର୍କିଙ୍କ ସହ ଏକ ବୈଷୟିକ ଟିମ୍‌ ଆସି ଷ୍ଟାଡିୟମର ପ୍ରସ୍ତୁତି କାର‌୍ୟ୍ୟର ତଦାରଖ କରିଛନ୍ତି । ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯିବ ବୋଲି ଆୟୋଜକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.