ବିଶାଖାପାଟନା(କେନ୍ଯୁଜ୍) : ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ବିଶାଖାପାଟନାରେ ମୁହାଁମୁହିଁ ହେବେ ଦୁଇ ଦଳ । ଦିନ ସାଢେ ଗୋଟଏରେ ମ୍ୟାଚ ଖେଳାଯିବ । ୫ ଟିକିଆ ଦିନିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି ଭାରତ ।
ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ୮ ଓ୍ଵିକେଟ୍ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ଆଜି ୨-୦ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ପ୍ରଥମ ମ୍ୟାଚ୍ ଜିତିଥିବା ଭାରତର ମନୋବଳ ଦୃଢ ରହିଛି । ଅନ୍ୟପଟେ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ଭ୍ରମଣକାରୀ ଦଳ ।