ବିରାଟଙ୍କ ହାତରୁ ଚାଲିଗଲା RCB ଦାୟିତ୍ୱ, ଫାଫ୍‌ ଡୁ ପ୍ଲେସିସ ହେଲେ ନୂଆ ଆରସିବି ଅଧିନାୟକ

ଆଇପିଏଲ୍‌ ୨୦୨୨ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସମଗ୍ର ବିଶ୍ୱର କ୍ରିକେଟ ଫ୍ୟାନ୍ସ ଏହାକୁ ଚାହିଁ ରହିଛନ୍ତି। ଏହା ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୨୦୨୨ ସିଜିନ ପାଇଁ ନିଜର ଅଧିନାୟକ ଘୋଷଣା କରିଛି। ଆରସିବି ସାଉଥ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦେଇଛି।

ଚଳିତ ସିଜିନରୁ ଡୁପ୍ଲେସିସ୍ ଦଳର ଦାୟିତ୍ଵ ସମ୍ଭାଳିବେ। ଏହା ପୂର୍ବରୁ ଫାଫ ଡୁପ୍ଲେସିସ୍ ଆଇପିଏଲରେ କେବେ ବି କୌଣସି ଦଳର ଅଧିନାୟକ ଭାର ସମ୍ଭାଳି ନାହାନ୍ତି। ନିକଟରେ ମେଗା ନିଲାମରେ ତାଙ୍କୁ ଆରସିବି ୭ କୋଟି ଟଙ୍କାରେ କିଣିଥିଲା।

୨୦୦୮ରେ ରାହୁଲ ଦ୍ରାବିଡ ଆରସିବିର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ତେବେ ପରବର୍ତ୍ତୀ ସଂସ୍କରଣରେ କେଭିନ ପିଟରସନଙ୍କୁ ଅଧିନାୟକ କରାଯାଇଥିଲା। ପୁଣି ସେହି ସିଜିନରେ ଅନିଲ କୁମ୍ବଲେ ଦଳର ନେତୃତ୍ଵ ନେଇଥିଲେ। ଏହା ପରେ ଡାନିଏଲ ଭିଟୋରୀ ଦୀର୍ଘ ସମୟ ଦଳର ଅଧିନାୟକ ଥିଲେ। ୨୦୧୩ରୁ ବିରାଟ କୋହଲି ଆରସିବିର ଅଧିନାୟକ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ମଧ୍ୟରେ ୨୦୧୭ରେ ସେନ ଓ୍ଵାଟସନ ତିନୋଟି ମ୍ୟାଚରେ ଦଳର ନେତୃତ୍ଵ ନେଇଥିଲେ। ଏହିପରି ଆରସିବିକୁ ୬ ଜଣ ଅଧିନାୟକ ନେତୃତ୍ଵ ନେଇ ସାରିଛନ୍ତି।

ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ୯୩ ଇନିଂସ ଖେଳିଛନ୍ତି। ଫାଫ ଡୁ ପ୍ଲେସିସି ୩୪.୯୪ ପ୍ରତିଶତରେ ୨୯୩୫ ରନ୍‌ କରିଛନ୍ତି। ଯେଉଁଥିରେ ୨୨ଟି ଅର୍ଦ୍ଧଶତକ ସାମିଲ ରହିଛି। ଫାଫ ଡୁ ପ୍ଲେସିସି ୨୬୫ ଚଉକା ଏବଂ ୯୬ ଛକା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.