ଗଞ୍ଜାମରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସାକାଣ୍ଡ: ଜଣେ ମୃତ ଓ ୪ ଆହତ

ଭଞ୍ଜନଗର(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲା ଆସିକା ବ୍ଳ କଗାଗଂପୁର ଥାନା ଅଧିନସ୍ଥ କେନ୍ଦୁପଦରର ଗ୍ରାମରେ ଗତ ବିଳମ୍ବିତ ରାତିରେ ଘଟିଛି  ସଙ୍ଘବଦ୍ଧ ଆକ୍ରମଣ । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ , ୪ ଆହତ ହୋଇଛନ୍ତି । ନିର୍ବାଚନ ପରବର୍ତୀ ରାଜନୈତିକ ହିଂସାକାଣ୍ଡ ବୋଲି ପୋଲିସ ପକ୍ଷରୁ ସୂଚନା  ମିଳିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ  ହୋଇଛି।  ଗୋଟିଏ ଗୋଷ୍ଠୀର ଖଣ୍ଡା ଓ ଭୂଜାଲି ମାଡରେ ଜଣକ ମୃତ୍ଯୁ ଘଟିଛି । ଏହି ଘଟଣାରେ ୪ ଆହତ ହୋଇଛନ୍ତି ।

ଆହତଙ୍କୁ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ବୁଲୁ ସ୍ବାଇଁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଆସିକା ଓ ଗାଗଂପୁର ପୋଲିସ ସମେତ ଭଞ୍ଜନଗର ଏସଡିପିଓ ପହଞ୍ଚିଛନ୍ତି । ଅଭିଯୁକ୍ତଙ୍କୁ ଧରିବାପାଇଁ ଚଢ଼ାଉ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.