Below header

ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ଶୋକାକୁଳ ପରିବେଶ, ହେଲେ ଏମିତି କିଛି କରିଦେଲେ ବିରାଟ୍ କୋହଲି ଚିହିଁକି ଉଠିଲେ ପ୍ରଶଂସକ

କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସ୍ତବ୍ଧ ସାରା ବିଶ୍ବ । ପ୍ରାୟ ୪୪ ଜଣ ଯବାନ ଏହି ଆକ୍ରମଣରେ ହୋଇଛନ୍ତି ସହିଦ୍ । ଏହି ଘଟଣା ପରେ ସାରା ଦେଶବାସୀଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଯେ ଆକ୍ରମଣର ପ୍ରତିଶୋଧ ଦରକାର । ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଲିଉଡ୍ ଏବଂ ସମସ୍ତ କ୍ରିକେଟ୍ ଖେଳାଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସହିଦ ଯବାନଙ୍କ ପ୍ରତି ସମବେଦନା ପ୍ରକଟ କରିଛନ୍ତି ।

ହେଲେ ଦେଶର ଏହି ଶୋକାକୁଳ ପରିବେଶରେ କ୍ୟାପଟେନ୍ କୋହଲି ଏମିତି କିଛି କରିଦେଇଛନ୍ତି ଯାହା ଫଳରେ ପ୍ରଶଂସକଙ୍କ ଟାର୍ଗେଟକୁ ଚାଲିଆସିଛନ୍ତି । କୋହଲିଙ୍କୁ ଜବରଦସ୍ତ ଟ୍ରୋଲ୍ କରିଛନ୍ତି ପ୍ରଶଂସକ । ସମସ୍ତ ଦେଶବାସୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସମୟରେ କୋହଲିଙ୍କୁ କିନ୍ତୁ ସ୍ପୋର୍ଟ୍ସ କ୍ଲବ୍ ର ବିଜ୍ଞାପନ ଚିନ୍ତା । ଏହି ବଡ଼ ଧରଣର ଆତଙ୍କବାଦୀ ହମଲା ପରେ ସ୍ପୋର୍ଟ୍ସ ଓନର ପାଇଁ ଟୁଇଟ୍ କରି ଭୋଟ୍ ମାଗିଥିଲେ ।

ହେଲେ କୋହଲିଙ୍କ ଏହି ଟୁଇଟକୁ ହଜମ କରିପାରିଲେନି ପ୍ରଶଂସକ । ଏହି ଟୁଇଟ୍ ପାଇଁ ଟାର୍ଗେଟ କରି ଭଲ ଭାବରେ ଶୁଣାଇ ଦେଲେ ଫ୍ୟାନ୍ସ । ଯାହା ଫଳରେ ଟୁଇଟକୁ ତୁରନ୍ତ ଡିଲିଟ୍ କରିଦେଇଥିଲେ । ଜଣେ ୟୁଜର ଲେଖିଲେ, ସାର୍ ଆପଣ ଭାରତୀୟ, ତେଣୁ ଆଜି ଯାହା ଆପଣଙ୍କ ଦେଶରେ ହୋଇଛି ସେଥିପାଇଁ କଣ ସମ୍ବେଦନା ଦେଖାଇ ପାରିବେନି । ସେହିପରି ଆଉ ଜଣେ ଲେଖିଛନ୍ତି, ବିରାଟ୍ ଆପଣଙ୍କୁ ନିଜର ପିଆର୍ ଟିମ୍ ବଦଳାଇବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.