Below header

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଏଫ୍‌ଆଇଏଚ୍‌ ହକି ସିରିଜ୍‌ର ଫାଇନାଲ୍ସ , ଭାଗନେଇଛନ୍ତି ଭାରତ ସମତେ ବିଶ୍ୱର ୮ଟି ଟିମ୍‌

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଲଢ଼େଇ। ଆରମ୍ଭ ହୋଇଛି ଏଫ୍‌ଆଇଏଚ୍‌ ହକି ସିରିଜ୍‌ର ଫାଇନାଲ୍ସ । ଭାଗନେଇଛନ୍ତି ଭାରତ ସମତେ ବିଶ୍ୱର ୮ଟି ଟିମ୍‌। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ୟୁଏସଏ । ସେହିପରି ଅପରାହ୍ନ ୫ଟାରେ ପୋଲାଣ୍ଡ ଓ ଉଜବେକିସ୍ତାନ ଓ ସନ୍ଧ୍ୟା ୭ଟାରେ ଋଷିଆ ଓ ଭାରତ ମଧ୍ୟରେ ମୁକାବିଲା ହେବ । ଖେଳ ଦେଖିବାକୁ କଳିଙ୍ଗ ଷ୍ଟାଡିୟମରେ ବିଦେଶୀ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି । ସେପଟେ କଡା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ । ମୁତୟନ ଅଛନ୍ତି ୧୬ପ୍ଲାଟୁନ୍‌ ପୋଲିସ ଫୋର୍ସ । ୭୫ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିଥିବା ବେଳେ ୬୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଯେଉଁ ଦଳ ସିରିଜ୍‌ର ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିବେ ସେହି ଦଳ ଅଲମ୍ପିକ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.