Below header

ତାତିରୁ ମିଳିଲା ଆଶ୍ୱସ୍ତି, କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

କେନ୍ୟୁଜ୍ : ତାତିରୁ ମିଳିଲା ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ହୋଇଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଘରର ଛପର ଉଡି ଯାଇଛି। ଗତକାଲି ରାତିରେ ତାଳଚେରରେ ଏନଟିପିସି ମାର୍କେଟ ନିକଟ ଏକ୍ସିସ ବ୍ୟାଙ୍କ ନିକଟରେ ପ୍ରବଳ ବର୍ଷା ଯୋଗୁଁ ସୋଲାର ଲାଇଟ ଖସି କିଛି ବାଇକ ଭାଙ୍ଗି ଯାଇଛି । ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା । ସେହିପରି ବିଭିନ୍ନ ସ୍ଥାନରେ ଗଛ ଉପୁଡିବାରୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । ହଠାତ ଧୂଳି ଝଡ ହେବାରୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି । କିଛି ସ୍ଥାନରେ ଛୋଟଛୋଟ ଝୁମ୍ପୁଡି ଘର ଉଡେଇ ନେବା ସହ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡୁଛି ।

rain in odishaସମ୍ବଲପୁର ଜିଲ୍ଲାରେ ବି କାଳବୈଶାଖୀର ତାଣ୍ଡବ । ବାମରା ବ୍ଲକ କେଶେଇବାହାଲ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ କଦଳୀ ଓ ଆମ୍ବଗଛ ଭାଙ୍ଗିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ମୁଣ୍ଡର ଝାର ତୁଣ୍ଡରେ ମାରି ଚାଷୀ ଭାଇ କଦଳୀ ଓ ଆମ୍ବ ଗଛ ଲଗାଇଥିଲେ । ଭଲ ଫସଲ ଭି ହୋଇଥିଲା । ତେବେ କାଳବୈଶାଖୀ ଯୋଗୁଁ କିଛି କ୍ଷଣ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଥିଲା । ସେପଟେ କ୍ଷତିପୂରଣର ଆକଳନ କରି ସହାୟତା ଦେବାକୁ ଗ୍ରାଁଲୋକ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.