ପାକିସ୍ତାନର ପୂର୍ବତନ କ୍ରିକେଟର ଲକଡାଉନ ବେଳେ ଯୁବତୀଙ୍କ ଭଳି ମେକଅପ ନେଲେ, ଏମିତି କହି ଟ୍ରୋଲ କଲେ ୟୁଜର

ପାକିସ୍ତାନର ପୂର୍ବତନ ସ୍ପିନର ସକଲେନ ମୁସ୍ତାକ ଟୁଇଟରରେ ଏକ ମଜାଦାର ଭିଡ଼ିଓ ପୋଷ୍ଟ କରିଛନ୍ତି, ଯାହାକୁ ଦେଖିଲେ ଆପଣ ନିଜ ହସକୁ ରୋକିପାରିବେ ନାହିଁ। ଭିଡ଼ିଓରେ ମୁସ୍ତାକଙ୍କ ଝିଅ ବୁର୍ଖା ପିନ୍ଧି ବସିଥିବାର ନଜର ଆସୁଛି। ତେବେ ମୁସ୍ତାକ ପିଙ୍କ ରଙ୍ଗର wig ଲାଗେଇଥିବା ବେଳେ ମେକଅପ ନେଇଛନ୍ତି।

ଭିଡ଼ିଓରେ ସେ କହୁଛନ୍ତି, ତାଙ୍କ ଝିଅ ତାଙ୍କୁ ଜବରଦସ୍ତ ଜିଦ୍ଦି କରି ଏଭଳି ମେକଅପ କରେଇଛି। ଭିଡ଼ିଓ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘ଘରେ ହିଁ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ ଏବଂ ଏହି କ୍ଲିପକୁ ଏନଜୟ କରନ୍ତୁ’। ଭିଡ଼ିଓରେ ମୁସ୍ତାକଙ୍କୁ ଖୁବ ଟ୍ରୋଲ କରାଯାଇଛି। ଜଣେ ଲେଖିଛନ୍ତି, ‘ମେକଅପ ଟିକେ ଅଧିକ ହୋଇଯାଇଛି’। ଆଉ ଜଣେ ଲେଖିଥିଲେ, ‘କରୋନା ଭାଇରସ ସକଲେନଙ୍କ ଭିତରେ ଥିବା ନାରୀକୁ ଜାଗ୍ରତ କରାଇଦେଇଛି’।

ଅନ୍ୟପଟେ ତାଙ୍କର ଖୁବ ତାରିଫ କରାଯାଇଥିଲା। ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶହଜାଦ ଅହମ୍ମଦ କହିଥିଲେ, ‘ଆପଣ ବହୁତ ସୁନ୍ଦର ଲାଗୁଛନ୍ତି ସକି ଭାଇ’। ସେହିପରି ଆଉ ଜଣେ ୟୁଜର କହିଥିଲେ, ‘ ଟ୍ରୋଲରମାନଙ୍କୁ ଇଗନୋର କରନ୍ତୁ। ଆପଣ ବାପା ହେବାର ଭଲ ଭୂମିକା ତୁଲାଉଛନ୍ତି’। ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଅତିକ-ଉଜ-ଜମନ ଲେଖିଥିଲେ, ‘ବାପା ହେବ ତ ଏମିତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.