Below header

ହିମାଳୟରେ ମିଳୁଥିବା ଏହି ପୋକର କିଲୋ ପିଛା ମୂଲ୍ୟ ୧୦ ଲକ୍ଷ ଟଙ୍କା, ଜାଣନ୍ତୁ ସବୁଠୁ ମହଙ୍ଗା ପୋକ ମଣିଷ ପାଇଁ କେତେ ଜରୁରୀ

ସାରା ଦୁନିଆରେ ପୋକଙ୍କର ଅଭାବ ନାହିଁ । ହେଲେ ଏପରି ପୋକର କି ମହତ୍ତ୍ୱ ରହିଛି ଯାହାର ଦାମ୍‌ ଚକିତ କଲା ଭଳି । ଗୋଟିଏ ପୋକ ପ୍ରାୟ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ । ଏହି ପୋକକୁ ଲୋକେ ଜଡ଼ିବୁଟି ଭାବେ ବ୍ୟବହାର କରନ୍ତି । ଏହି ପୋକ ଅଳ୍ପ ହଳଦୀଆ ରଙ୍ଗର ଓ ଏହାର ଲମ୍ବ ୨ ଇଞ୍ଚ ।

 

 

catarpillar fungus.jpg-6

ସବୁଠୁ ବଡ଼ କଥା ହେଲା ଏହି ପୋକ ଖାଇବାକୁ ମିଠା ଲାଗେ । ହିମାଳୟ ପାଦ ଦେଶର ୩ ହଜାରରୁ ୫ହଜାର ଉଚ୍ଚତାରେ ଏହି ପୋକ ଦେଖିବାକୁ ମିଳେ । ବିଭିନ୍ନ ଲୋକ ଏହାକୁ ଭିନ୍ନ ନାମରେ କହିଥାନ୍ତି । ଭାରତରେ ଏହାକୁ ‘କୀଡ଼ା ଜଡ଼ୀ’, ନେପାଳ, ତିବ୍ଦତ୍‌ ଓ ଚୀନ୍‌ରେ ‘ୟାର୍ସା ଗୁମ୍ବା’ କୁହନ୍ତି ।

ଏହାର ବୈଜ୍ଞାନିକ ନାମ ‘ଓଫିୟୋକୋର୍ଡିସେପ୍ସ ସାଇନେସିସ୍‌’ ଏବଂ ଇଂରାଜୀରେ ଏହାକୁ ‘କେଟରପିଲାର ଫଙ୍ଗସ୍‌’ କହିଥାନ୍ତି । କେହି କେହି ଏହାକୁ ମଧ୍ୟ ‘ହିମାଳୟାନ୍‌ ଭାଏଗ୍ରା’ କହିଥାନ୍ତି । ଏହାକୁ ଖାଇବା ଦ୍ୱାରା ଶକ୍ତି ବଢ଼ିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

 

catarpillar fungus.jpg8

ଏହା କିଡ୍‌ନୀ ରୋଗ ପାଇଁ ବହୁତ ଉପକାରୀ ହୋଇଥାଏ । ଏଥିପାଇଁ ଏହା ଦୁର୍ଲଭ ହୋଇଥାଏ । ଗୋଟିଏ ପୋକ ପ୍ରାୟ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ । ସେହି ହିସାବରେ ଏହାର କିଲୋ ପିଛା ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି ।

caterpillar-fungus-1

ଭାରତର କେତେକ ଭାଗରେ ଏହି ପୋକ ସଂଗ୍ରହ କରିବା ଆଇନ ସଙ୍ଗତ ହେଲେ ମଧ୍ୟ ଏହାର ବିକ୍ରି ବେଆଇନ ଅଟେ । ନେପାଳରେ ପ୍ରଥମେ ଏହା ବେଆଇନ ଥିଲା ଏବେ ଆଇନ ସଙ୍ଗତ କରାଯାଇଛି । ଜଡ଼ି ବୁଟି ଭାବରେ ଏହାର ପ୍ରୟୋଗ ଏବେ ନୁହେଁ ହଜାରେ ବର୍ଷ ତଳୁ ରହି ଆସିଛି ।

ନେପାଳରେ ଏହି ପୋକକୁ ସଂଗହ କରିବା ପାଇଁ ଲୋକେ ମାସ ମାସ ଧରି ହିମାଳୟରେ ତମ୍ବୁ ଟାଣି ରହିଯାଆନ୍ତି । ଏହି ପୋକଙ୍କର ଉତ୍ପତ୍ତି ମଧ୍ୟ ରହସ୍ୟପୂର୍ଣ୍ଣ । ଏଗୁଡ଼ିକ ହିମାଳୟରେ ଉଠୁଥିବା ଏକ ପ୍ରକାର ଗୁଳ୍ମର ରସରୁ ସୃଷ୍ଟି ହୋଇଥାନ୍ତି ।

catarpillar fungus.jpg--000.22

ନଭେମ୍ବର-ଡିସେମ୍ବର ମାସରୁ ମେ-ଜୁନ୍‌ ମଧ୍ୟରେ ମିଳୁଥିବାରୁ ଏହାଙ୍କ ଆୟୁଷଃ ୬ ମାସ ହୋଇଥାଏ । ତେଣୁ ଲୋକେ ଏହି ସମୟରେ ସଂଗ୍ରହ କରି ରଖିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.