ବଲିଉଡ୍‌ର ଫିଲ୍ମ ନିର୍ମାତା କରିମ୍‌ ମୋରାନି ଓ ତାଙ୍କ ଦୁଇ ଝିଅ କରୋନା ପଜେଟିଭ୍‌ ଜଣାପଡିବା ପରେ ଗଲେ ହସ୍‌ପିଟାଲରେ

ବଲିଉଡ୍‌ ଫିଲ୍ମ ନିର୍ମାତା କରିମ ମୋରାନି କରୋନା ପଜେଟିଭ୍‌ ଥିବା ବୁଧବାର ଜଣାପଡ଼ିଛନ୍ତି । ଏବେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ଦିନ ପୂର୍ବରୁ ତାଙ୍କ ଦୁଇ ଝିଅ ଜୋଆ ଓ ସାଜା କରୋନା ପଜେଟିଭ୍‌ ଥିବା ଜଣାପଡ଼ିଥିଲା ।

zoamorani1-538

ଦୁଇ ଝିଅଙ୍କୁ ମୁମ୍ବାଇର କୋକିଳାବେନ୍‌ ଧିରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ତାଙ୍କର ଭାଇ ମହମ୍ମଦ ମୋରାନୀ ମିରର ଅନ୍‌ଲାଇନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ।

କରିମ୍‌ ଯେହେତୁ ଦୁଇ ଝିଅଙ୍କ ସହ ରହୁଥିଲେ ତାଙ୍କୁ କରୋନା ହୋଇଥିବା ଆଶଙ୍କା କରି ଟେଷ୍ଟ କରାଯାଇଥିଲା । ଯେଉଁଥିରେ ସେ ପଜେଟିଭ ଥିବା ଜାଣିବାକୁ ମିଳିଥିଲା । ଜୋଆ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ‘ମୁଁ ହସ୍‌ପିଟାଲ ଆଇସିୟୁରେ ରହିଛି । ମୋ ପାଖକୁ କେହି ଆସୁ ନଥିବାରୁ ମୁଁ ବହି ପଢ଼ିବାରେ ମୋର ସମୟ କାଟୁଛି ।’

saza

ଜୋଆଙ୍କ ପ୍ରଥମ ଟେଷ୍ଟ ନେଗେଟିଭ ବାହାରି ଥିବା ବେଳେ ଦ୍ୱିତୀୟ ଟେଷ୍ଟ ପଜେଟିଭ ବାହାରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.