Below header

ପାକିସ୍ତାନ ଟି-୨୦ ମ୍ୟାଚ ହାରିଯିବାରୁ ତାତିଲେ ଲୋକେ, କ୍ୟାପଟେନ୍‌ଙ୍କ ପୋଷ୍ଟରକୁ ମାରିଲେ ଗୋଇଠା

ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ସିରିଜ୍‌ ଜିତିଥିଲା। ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଟି-୨୦ ମ୍ୟାଚରେ ତିନୋଟି ସିରିଜ୍‌ ହାସଲ କରିଛି। ଏହି ମ୍ୟାଚରେ ପାକିସ୍ତାନ ନିଜ ଦେଶରେ ହାରିଥିବାରୁ ଫ୍ୟାନ୍ସମାନେ ଖେଳାଳୀମାନଙ୍କ ଉପରେ ଖୁବ୍‌ ନାରାଜ୍‌ ହୋଇଛନ୍ତି। ନମ୍ବର ୮ ର ଟିମ୍‌ ଠାରୁ ପାକିସ୍ତାନ ଏପରି ହାରିବ ବୋଲି ମଧ୍ୟ କେହିଭାବିନଥିଲେ। ମ୍ୟାଚ ହାରିବାକୁ ନେଇ ପାକିସ୍ତାନ କ୍ୟାପଟେନ ସରଫରାଜ ଅହମଦଙ୍କ ପୋଷ୍ଟରକୁ ମଧ୍ୟ ଜଣେ ପ୍ରଶଂସକ ଖୁବ୍‌ ଗୋଇଠା ମାରିଥିଲେ। ପୋଷ୍ଟର ନ ଚିରିବା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଏଭଳି ଗୋଇଠା ମାରିଚାଲିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଲୋକମାନେ ସେୟାର କରିବା ସହ ସରଫରାଜଙ୍କୁ ନେଇ ଆଲୋଚନା ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.