ଶୁଟିଂ ଶେଷ ହେବା ପୂର୍ବରୁ ଲିକ୍‌ ହେଲା ରଣବୀର କପୁରଙ୍କ ‘ଶମଶେରା’ର ଫାଷ୍ଟ ଲୁକ, ଇଣ୍ଟରନେଟରେ ହେଉଛି ଭାଇରାଲ

ଗତବର୍ଷ ରଣବୀର କପୁରଙ୍କ ଫିଲ୍ମ ‘ସଞ୍ଜୁ’ ସୁପର ଡୁପର ହିଟ୍‌ ହୋଇଥିଲା। ଏବେ ପୁଣି ଥରେ ନିଜର ଆଗାମୀ ଫିଲ୍ମକୁ ନେଇ ବହୁତ ରଣବୀର କପୁର। ରଣବୀର ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ଶେଷ କରିଛନ୍ତି। ରଣବୀର ଫିଲ୍ମରେ ନିଜ ଲୁକକୁ ନେଇ ବହୁତ ପରିଶ୍ରମ କରନ୍ତି।

ନିକଟରେ ରଣବୀର ନିଜର ନୂଆ ଫିଲ୍ମ ‘ଶମଶେରା’ର ସୁଟିଂ ଆରମ୍ଭ କରିଛନ୍ତି। କିନ୍ତୁ ଫିଲ୍ମ ସଞ୍ଜୁ ଭଳି ତାଙ୍କର ଆଗାମୀ ଫିଲ୍ମର ଲୁକ ଇଣ୍ଟରନେଟରେ ଲିକ୍‌ ହୋଇଯାଇଛି। ୟଶ୍‌ ରାଜ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ଲୁକ ଲିକ୍‌ ହେବା ପରେ ରଣବୀରଙ୍କ ଏହି ଝଲକ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଫିଲ୍ମ ‘ଶମଶେରା’ରେ ରଣବୀରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ବାଣୀ କପୁର ଏବଂ ଅଭିନେତା ରୋନିତ ରାୟ ନଜର ଆସିବେ। ଫିଲ୍ମକୁ ବହୁତ ଅଲଗା ଢ଼ଙ୍ଗରେ ଆରମ୍ଭ କରାଯାଉଛି ଏଥିପାଇଁ ଏହାକୁ ଗୋପନ ରଖାଯାଇଥିଲା କିନ୍ତୁ ଏହା ଲିକ୍‌ ହୋଇଯାଇଛି। ଏହି ଫଟୋରେ ରଣବୀରଙ୍କୁ ଚିହ୍ନିବା ବହୁତ ମୁସକିଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.