କରୀନାଙ୍କୁ କୋଳରେ ଧରି ‘ବାଲା’ ଡ୍ୟାନ୍ସ କଲେ ଅକ୍ଷୟ କୁମାର, ଭାଇରାଲ ହେଉଛି ଭିଡିଓ

ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ ୪ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହାପୂର୍ବରୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଭିଡିଓ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବା ସହ ଭାଇରାଲ ମଧ୍ୟ ହେଉଛି।

ଦେଖନ୍ତୁ ଭିଡିଓ:

 

ଭିଡିଓରେ ଅକ୍ଷୟ କୁମାରଙ୍କ ସମେତ କରୀନା କପୁର, କିଆରା ଆଡଭାନୀ ଓ ଦିଲ୍‌ଜିତ୍‌ ଦୋସାଞ୍ଝଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଚାରିଜଣ ଯାକ ହାଉସ୍‌ଫୁଲ ୪ର ଗୀତ ସୈତାନ କା ଶାଲା ଗୀତରେ ନୂଆ ଅନ୍ଦାଜ୍‌ରେ ଡ୍ୟାନ୍ସ କରୁଥିବା ନଜର ଆସିଛି। ଆଉ ଗୀତ ଶେଷରେ କରୀନାଙ୍କୁ ଅକ୍ଷୟ କୋଳରେ ଧରି ନାଚିଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଦୁଇ ସୁପରଷ୍ଟାରଙ୍କ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ହାଉସ୍‌ଫୁଲ ୪ ର ସବୁଠାରୁ ମଜାଦାର ଗୀତ ‘‘ସୈତାନ କା ଶାଲା’’ ରିଲିଜ୍‌ ହୋଇଛି। ଏହି ଗୀତ ପୂରା ଦେଶଙ୍କୁ ନିଜ ଦିଓ୍ଵାନା ବନାଇ ଦେଇଛି। ଗୀତର ସିଗ୍ନେଚର ଷ୍ଟେପ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଫରହାଦ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୨୫ ଅକ୍ଟୋବର ୨୦୧୯ରେ ଦୀପାବଳି ଅବସରରେ ରିଲିଜ୍‌ ହେବ।

ଏହାସହ ପଢନ୍ତୁ: ଆଜିଠୁ ଆରମ୍ଭ ହେଉଛି Vivoର ଗ୍ରାଣ୍ଡ୍‌ ଦିଓ୍ଵାଲୀ ଫେଷ୍ଟ ସେଲ୍‌, ସ୍ମାର୍ଟଫୋନ୍‌ରେ ମିଳୁଛି ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.