ଜର୍ମାନୀର ଲୋକପ୍ରିୟ ଫୁଟବଲ ତାରକା Gerd Mullerଙ୍କ ପରଲୋକ

ଜର୍ମାନୀର ଷ୍ଟାର ଫୁଲବଲ ଖେଳାଳି ଗର୍ଡ ମୁଲରଙ୍କର ରବିବାର ରାତିରେ ନିଧିନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ମୁଲରଙ୍କ ନାମରେ ସବୁଠାରୁ ଅଧିକ ୩୬୫ ଗୋଲ କରିଥିବା ରେକର୍ଡ ରହିଛି।

ମୁଲର ୧୯୭୨ରେ ଜର୍ମାନୀର ୟୁରୋପୀୟ ଚାମ୍ପିଅନସିପ ଟାଇଟଲ ଜିତିବାରେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲା। ଏହାର ଦୁଇବର୍ଷ ପରେ ୧୯୭୪ରେ ନେଦରଲ୍ଯାଣ୍ଡ ବିରୋଧରେ ଫାଇନାଲ ଗୋଲ କରି ଟିମକୁ ଜିତାଇଥିଲେ। ଜର୍ମାନୀ ପାଇଁ ୬୨ ମ୍ଯାଚ ଖେଳି ୬୮ ଗୋଲ ଦେଇଥିଲେ ମୁଲର। ୧୯୭୦ରେ ୱାଲର୍ଡ କପରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କୁ ଗୋଲଡେନ ବୁଡ ଆୱାର୍ଡ ମଧ୍ୟ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.