ଆମେ ତ ବୁଡି ସାରିଛୁ, ତୁମକୁ ବି ବୁଡାଇବୁ : ବାଂଲାଦେଶକୁ ଆଫଗାନିସ୍ତାନ କ୍ୟାପଟେନଙ୍କ ଚେତାବନୀ

ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ଏବଂ ବାଲାଂଦେଶ । ସାଉଥମ୍ପଟନସ୍ଥିତ ଦ ରୋଜ ବାଉଲ ଷ୍ଟାଡିୟମରେ ହେବ ଏହି ମୁକାବିଲା । ଟୁର୍ଣ୍ଣାମେଂଟରେ ପ୍ରଥମ ପାଂଚଟି ମ୍ୟାଚରେ ପରାଜୟ ପରେ ବିଶ୍ବକପର ପ୍ରବଳ ଦାବିଦାର ଭାରତ ବିରୋଧରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ଆଫଗାନିସ୍ତାନ । ସେହିପରି ନିଜର ଲଢୁଆ ଖେଳ ଜରିଆରେ ଦର୍ଶକଙ୍କ ଦିଲ୍‌ ଜିତିଥିବା ବାଂଲାଦେଶ ୬ଟି ମ୍ୟାଚ ଖେଳି ୫ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ଅଛି । ଅନ୍ୟପକ୍ଷରେ ଆଫଗାନିସ୍ତାନ ୬ଟି ମ୍ୟାଚ ଖେଳି କିଛି ପଏଣ୍ଟ ନପାଇ ଟେବୁଲର ଶେଷରେ ସ୍ଥାନରେ ଅଛି ।

ଏବେ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ଦଳ ପାଇଁ କୌଣସି ହାର୍‌ ଜିତ୍‌ କିଛି ଫରକ ଆଣିବ ନାହିଁ । କାରଣ ଟିମ୍ ପ୍ରଥମରୁ ହିଁ ସେମିଫାଇନାଲ୍ ରେସରୁ ବିଦା ହୋଇ ସାରିଛି । ତେଣୁ ମ୍ୟାଚ୍ ପୂର୍ବରୁ ଆଫଗାନିସ୍ତାନର ଅଧିନାୟକ ଗୁଲାବଦୀନ ନାଇବ ବାଂଲାଦେଶକୁ କଡ଼ା ଚେତାବନୀ ଦେଇଛନ୍ତି । ସେ ବାଂଲାଦେଶକୁ ହାରିବା ପାଇଁ ପ୍ରସ୍ତୁତ ରୁହ ବୋଲି କହିଛନ୍ତି । ଏହା ସହ କହିଛନ୍ତି ଆମେ ତ ବୁଡ଼ି ସାରିଛୁ, ତୁମକୁ ମଧ୍ୟ ବୁଡାଇବୁ । ଯାହାର ଅର୍ଥ ହେଉଛି ଆଜିର ମ୍ୟାଚରେ ପରାଜିତ ହେଲେ ବାଂଲାଦେଶର ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିବା ସ୍ୱପ୍ନ ଧୂଳିସାତ ହୋଇପାରେ ।

ଅନ୍ୟପଟେ ୬ଟି ମ୍ୟାଚ ଖେଳି ୫ ପଏଣ୍ଟ ପାଇଥିବା ବାଂଲାଦେଶ ଏକ ପ୍ରକାର ସେମିଫାଇନାଲ୍ ରେସରୁ ବାଦ ପଡିଛି । ଯଦି ଆଗାମୀ ୩ଟି ମ୍ୟାଚ୍ ଜିତିବାରେ ସଫଳ ହୁଏ ତେବେ ଶେଷ ୪ରେ ପ୍ରବେଶ କରିପାରେ ବାଂଲା ଟିମ୍ । ଯଦି ଆଜିର ମ୍ୟାଚରେ ପରାଜିତ ହୁଏ ତେବେ ସ୍ୱପ୍ନ ଧୂଳିସାତ ହୋଇଯିବ । ଦେଖିବାକୁ ରହିଲା ଭାରତ ତୁଳନାରେ ଆଫଗାନିସ୍ତାନକୁ କିଭଳି ସାମନା କରୁଛି ମୋର୍ତ୍ତାଜାଙ୍କ ବାଂଲାଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.