Below header

ଉତ୍ତର ପ୍ରଦେଶରେ ଭାଙ୍ଗିଲା ଏସ୍‌ପି-ବିଏସ୍‌ପି ମେଣ୍ଟ, ମାୟାବତୀ କହିଲେ ‘ମୁଲାୟମ ମୋତେ ଫସାଇ ଦେଲେ’

ଲକ୍ଷ୍ନୌ : ଅଲଗା ହେଲେ ଏସ୍‌ପି-ବିଏସ୍‌ପି । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଭାଙ୍ଗିଲା ମେଣ୍ଟ । ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ । ଆଗାମୀ ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି କହିଛନ୍ତି ମାୟାବତୀ । ଲୋକସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟିର ବ୍ୟବହାର ନେଇ ମାୟାବତୀ କ୍ଷୁବ୍ଧ ଥିଲେ । ଏହା ପରେ ମେଣ୍ଟ ଭାଙ୍ଗିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ମାୟାବତୀ । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ମାତ୍‌ ଦେବା ପାଇଁ ଉତ୍ତର ପ୍ରଦେଶରେ ଏସ୍‌ପି-ବିଏସ୍‌ପି ମେଣ୍ଟ ହୋଇଥିଲା । ମେଣ୍ଟ ଅନୁଯାୟୀ ରାଜ୍ୟର ୮୦ ଲୋକସଭା ଆସନରୁ ଏସ୍‌ପି-ବିଏସ୍‌ପିକୁ ସେତେଟା ଫାଇଦା ମିଳି ନାହିଁ । ୮୦ ଆସନରୁ ବିଏସ୍‌ପି ୩୮ଟି ପ୍ରାର୍ଥୀ ଦେଇଥିଲା । ସେଥିମଧ୍ୟରୁ ୧୦ଜଣ ବିଜୟୀ ହୋଇଥିଲେ । ସେହିପରି ସମାଜବାଦୀ ପାର୍ଟି ୩୭ ପ୍ରାର୍ଥୀ ଦେଇଥିବା ବେଳେ ୫ଜଣ ବିଜୟୀ ହୋଇଥିଲେ । ମାୟାବତୀ ଆହୁରି କହିଛନ୍ତି ଯେ ମୁଲାୟମ ସିଂହ ଯାଦବ ମୋତେ ଫସାଇ ଦେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.