ଅକ୍ଟୋବର ୨୦ରୁ ଆରମ୍ଭ ହେଉଛି ହିରୋ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ସଂସ୍କରଣ, ଭାଗ ନେଉଛନ୍ତି ୧୦ଟି ଟିମ୍

ଭୁବନେଶ୍ବର(କେନ୍ୟୁଜ୍): ସ୍ପୋର୍ଟସ କ୍ୟାପିଟାଲରେ ଆରମ୍ଭ ହେବାକୁ ଯାଉଛି ଫୁଟବଲ ଫିଭର। ହକି ପରେ ଦର୍ଶକ ଦେଖିବେ ଫୁଟବଲ୍ ମ୍ୟାଚ୍‌। ମୁହାଁମୁହିଁ ଖେଳିବେ ବହୁ ଆନ୍ତର୍ଜାତିକ ଖେଳାଳି। ଅକ୍ଟୋବର ୨୦ରୁ ଆରମ୍ଭ ହେଉଛି ହିରୋ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ସଂସ୍କରଣା ଭାଗ ନେଇଛନ୍ତି ୧୦ଟି ଟିମ୍‌। ଚଳିତ ବର୍ଷର ନୂଆ ଟିମ୍ ଭାବେ ଅଂଶଗ୍ରହଣ କରିଛି ଓଡିଶା ଏଫସି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୪ଟି ମ୍ୟାଚ୍। ଏପରି ଟୁର୍ଣ୍ଣାମେଣ୍ଟକୁ ସ୍ୱାଗତ କରିଛନ୍ତି ପୂର୍ବତନ ଓଡିଶା ଫୁଟବଲ କୋଚ୍‌।

ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଟିମ୍ ଗୁଡିକ ହେଲେ, କେରଳ ବ୍ଲାଷ୍ଟରସ ଏଫ୍‌ସି, ଏଟିକେ, ଚେନ୍ନାଇନ୍ ଏଫସି, ବେଙ୍ଗଳୁରୁ ଏଫସି, ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି, ଏଫସି ଗୋଆ, ଓଡ଼ିଶା ଏଫସି, ମୁମ୍ବାଇ ସିଟି ଏଫସି, ଜାମସେଦପୁର ଏଫସି, ଏଫସି ପୁନେ ସିଟି । ଓଡିଶା ଏଫସିରେ ଓଡ଼ିଶାରୁ କୌଣସି ଖେଳାଳି ନାହାନ୍ତି। ଦିଲ୍ଲୀରେ ଖେଳୁଥିବା ଦୁଇ ଓଡିଆ ଖେଳାଳୀ ଶୁଭମ୍ ଷଡଙ୍ଗୀ ଓ ଅଙ୍କିତ ଭୂୟାଁ ଓଡିଶା ଏଫ୍‌ସିରେ ସ୍ଥାନ ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.