ଜାନୁଆରୀ ୧୩ରୁ ହକି ବିଶ୍ୱକପ୍‌ : ଡିସେମ୍ବର ୨୫ରେ ଭୁବନେଶ୍ୱରରେ ପହଂଚିବ ହକି ବିଶ୍ୱକପ ଟ୍ରଫି

ଭୁବନେଶ୍ୱର (କେନ୍ୟୁଜ): ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌ । ଏଥିପାଇଁ ଡିସେମ୍ବର ୨୫ରେ ଭୁବନେଶ୍ୱରରେ ପହଂଚିବ ହକି ବିଶ୍ୱକପ ଟ୍ରଫି । ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି ବିଏମସି । ବିମାନବନ୍ଦରରେ ଟ୍ରଫି ପହଂଚିବା ପରେ ସ୍ୱାଗତ କରାଯିବ । ସେଠାରୁ ଶୋଭାଯାତ୍ରାରେ ଲିଙ୍ଗରାଜ ମନ୍ଦିର ନିଆଯିବ । ପରେ ଏସ୍‌ପ୍ଲାନେଡ ମଲ୍‌ ଅଣାଯିବ । ସେଠାରୁ ଜୟଦେବ ବିହାର ଛକ ଦେଇ ଟ୍ରଫିକୁ କିଟ୍‌ ପରିସରକୁ ଯିବ । ଯେଉଁ ରାସ୍ତା ଦେଇ ଟ୍ରଫି ଯିବ ସେହି ରାସ୍ତାରେ ପଥୋତ୍ସବ କରାଯାଇ ସ୍ୱାଗତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.