ହକି ବିଶ୍ୱକପ୍ର ପୋଜିସନ୍ ମ୍ୟାଚ୍ରେ ଭାରତର ବିଜୟ, ଭାରତର ନବମ ସ୍ଥାନ ହାସଲ
ହକି ବିଶ୍ୱକପ୍ର ପୋଜିସନ୍ ମ୍ୟାଚ୍ରେ ଭାରତ ବିଜୟ । ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲ୍ରେ ହରାଇଛି ଭାରତ । ଏଥି ସହିତ ଭାରତ ଚଳିତ ବିଶ୍ୱକପ୍ରେ ନବମ ସ୍ଥାନ ହାସଲ କରିଛି । କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ରେ ସାମିଲ ହୋଇପାରି ନଥିବା ଭାରତୀୟ ଦଳ ଗତ ୨୬ ତାରିଖରେ ଜାପାନକୁ ୮-୦ ଗୋଲ୍ରେ ପରାସ୍ତ କରିଥିଲା ।
ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଭାରତ ପ୍ରଥମ କ୍ୱାର୍ଟରରେ ୨ଟି, ୩ୟ କ୍ୱାର୍ଟରରେ ଗୋଟିଏ ଏବଂ ଶେଷ କ୍ୱାର୍ଟରରେ ୨ଟି ଗୋଲ୍ ଦେଇଥିଲା । ଆସନ୍ତାକାଲି ବେଲଜିୟମ-ଜର୍ମାନୀ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବା ସହ ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ ମଧ୍ୟରେ କଡ଼ା ମୁକାବିଲ ହେବ । କାଲିର ଦୁଇଟି ଯାକ ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।