Below header

ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର, ଏକାଠି ନଜର ଆସିଛନ୍ତି ରେହମାନ ଓ କିଙ୍ଗ ଖାନ୍‌ ଶାହାରୁଖ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ହକି ବିଶ୍ୱକପ୍‌ ପାଇଁ ପାଖାପାଖି ଆଉ ଦେଢ଼ ମାସ ରହିଲା । କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍‌. ରେହମାନ ବି ନିଜ ପ୍ରସ୍ତୁତି ଚଳାଇଛନ୍ତି । ହକି ବିଶ୍ୱକପ୍‌ର ଅଫିସିଆଲ୍‌ ଓପେନିଂ ସଙ୍ଗ ପ୍ରସ୍ତୁତ କରୁଛନ୍ତି ରେହମାନ । ଜୟ ହିନ୍ଦ ହିନ୍ଦ, ଜୟ ଇଣ୍ଡିଆର ଭିଡିଓ ତିଆରି ଚାଲିଛି । ଏତିକିବେଳେ ଏକାଠି ନଜର ଆସିଛନ୍ତି ରେହମାନ ଓ କିଙ୍ଗ ଖାନ୍‌ ଶାହାରୁଖ ।

wc1ପ୍ରଥମ ଥର ପାଇଁ ଶାହାରୁଙ୍କ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ରେହମାନ । ଟିମ୍‌ ଇଣ୍ଡିଆ ମସ୍କାଟରୁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ ଚଳିତ ମାସ ଶେଷ ସୁଦ୍ଧା ହକି ବିଶ୍ୱକପ୍‌ ଭିଡିଓ ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଛି । ହକି ବିଶ୍ୱକପ୍‌ର ଉଦଘାଟନୀ ସମାରୋହରେ ସିନେମା ଓ ସଙ୍ଗୀତର ଯୁଗଳବନ୍ଦୀ ଦେଖିବେ ଦର୍ଶକ । କିଙ୍ଗ ଖାନ ଶାହାରୁଖ ଓ ଏ. ଆର୍‌. ରେହମାନଙ୍କ ଲାଇଭ କନସର୍ଟ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.