ବିଚ୍‌ ରାସ୍ତାରେ ନିର୍ଧୂମ ମାଡ଼ ମାରିଲେ ମହିଳା , ସୋସିଆଲ୍‌ ମିଡିଆରେ ହେଲା ଭାଇରାଲ୍‌

କର୍ଣ୍ଣାଟକ(କେନ୍ଯୁଜ୍) : ବିଚ୍‌ ରାସ୍ତାରେ ନିର୍ଧୂମ ମାଡ଼ । ଠେଙ୍ଗାରେ, ହାତରେ, ଚପଲରେ ଯେତେ ପାରିଲେ ମାରି ଚାଲିଛନ୍ତି ମହିଳା । ମନ ବୁଝିବା ପର୍ଯ୍ଯନ୍ତ ପିଟି ଚାଲିଛନ୍ତି । ଏଦୃଶ୍ୟ କର୍ଣ୍ଣାଟକ ଦଭାଙ୍ଗିର । ମାଡ଼ ଖାଉଥିବା ବ୍ୟକ୍ତି ପେଶାରେ ଜଣେ ବ୍ୟାଙ୍କ ମ୍ୟାନେଜର । ନିଜ ଖରାପ୍‌ କାମ ପାଇଁ ଏମିତି ହଟହଟା ହୋଇଛନ୍ତି । ଅଭିଯୋଗ ହୋଇଛି, ମହିଳାଙ୍କୁ ଋଣ ମଞ୍ଜୁର କରିବାକୁ କହି ଅଶ୍ଳୀଳ କଥାବାର୍ତ୍ତା କରିଥିଲେ ବ୍ୟାଙ୍କ ମ୍ୟାନେଜର । ଏହାପରେ ତାତିଥିଲେ ମହିଳା । ବାହାରେ ବିଚ୍‌ ରାସ୍ତାରେ ବହେ ଛେଚିଥିଲେ । ଏହି ଘଟଣା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.