Below header

୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ, ମ୍ୟାଚ ପରର ଦୁର୍ବ୍ୟବହାର ନେଇ ୫ ଖେଳାଳିଙ୍କୁ ଆଇସିସି କଲା ଦୋଷୀ ସାବ୍ୟସ୍ତ

ରବିବାର ଅନୁଷ୍ଠିତ ହୋଇଥିବା ୧୯ ବର୍ଷରୁ କମ ବିଶ୍ୱକପରେ ବାଂଲାଦେଶ ଦଳ ଚମ୍ପିୟାନ ହେବା ପରିସ୍ଥିତି କିଛିଟା ବିଗିଡି ଯାଇଥିଲା । ଏମିତିକି ଭାରତ ଓ ବାଂଲାଦେଶ ଦଳର ଖେଳାଳିଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏହି ମାମଲାରେ ଜଡିତ ଥିବା ୫ ଜଣ ଖେଳାଳିଙ୍କୁ ଆଇସିସି ତରଫରୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଦୋଷୀସାବ୍ୟସ୍ତ ହୋଇଥିବା ସେହି ବାଂଲାଦେଶ ଖେଳାଳିଙ୍କ ଭିତରେ ଅଛନ୍ତି ମହମ୍ମଦ ତାହିଦ ହୃଦୟ, ଶାମିନ ହୁସେନ, ରକିବୁଲ ହାସନ । ଏମାନଙ୍କ ଉପରେ ଲେବଲ ୩ର ଏକ ଚାର୍ଜ ବି ଲାଗିଛି ।

bangladesh

ମ୍ୟାଚ ପରେ ଘଟିଥିଲା କଣ ?

ଫାଇନାଲ ମ୍ୟାଚ ସମାପ୍ତ ହେବା ପରେ ପରେ ଦୁଇ ଟିମ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ତାହା ହାତାହାତିର ରୂପ ନେଇଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ବି ଦୁଇ ଦଳର ଖେଳାଳିଙ୍କ ଭିତରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ଖେଳ ମଧ୍ୟରେ ବାଂଲାଦେଶୀ ବୋଲର ମାନେ ଆକ୍ରମଣାତ୍ମକ ବୋଲିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯେମିତି ହସନ ଶାକିବ ଜାଣି ଶୁଣି ଭାରତୀୟ ଦିବ୍ୟାନସ ସାକ୍ସେନାଙ୍କ ମୁଣ୍ଡକୁ ଆଘାତ ପହଂଚାଇବା ପାଇଁ ଚାହୁଁଛନ୍ତି । ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ଆଉଟ ହେବା ସମୟରେ ବି ବିପକ୍ଷ ଦଳ ଲଗାତାର ଅଭଦ୍ର ଭାବେ ଇସାରା କରୁଥିବା ନଜର ଆସିଥିଲେ । ଅବଶ୍ୟ ପରେ ବାଂଲାଦେଶ କ୍ୟାପଟେନ ଆକବର ଅଲ୍ଲୀ ନିଜ ସାଥି ଖେଳାଲିଙ୍କ ବ୍ୟବହାର ନେଇ କ୍ଷମା ମାଗିଥିଲେ । ପରେ ଭାରତୀୟ କ୍ୟାପଟେନ ପ୍ରିୟମ ଗର୍ଗ ଵିପକ୍ଷ ଦଳର ଖରାପ ବ୍ୟବହାର ନେଇ ସୂଚନା ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.