ଦିଲ୍ଲୀରେ ଆପ୍‌ର ଜୟ ଜୟକାର, ନେତା ବୋଲିଲେ ଗୀତ ‘ହନୁମାନ କା ବଜଗୟା ଡଙ୍କା ପାଖଣ୍ଡିୟୋଁ କି ଜଲଗୟି ଲଙ୍କା’

ନୂଆଦିଲ୍ଲୀ : ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁଠାରୁ ବେଶି ମୁହାଁମୁହିଁ ହୋଇଥିଲେ ଆପ୍‌ ଓ ବିଜେପି । ଦୁଇ ଦଳର ନେତା ପରସ୍ପରକୁ ତୀବ୍ର ସମାଲୋଚନା କରିବା ସହ ମଉକା ପାଇଲେ ଗୋଡ଼ ଟଣାଟଣି କରିବାକୁ ମଧ୍ୟ ପଛାଉ ନଥିଲେ । ଏସବୁ ଭିତରେ ଟାଣି ହୋଇଗଲେ ପ୍ରଭୁ ହନୁମାନ । ବଜରଙ୍ଗବଲିଙ୍କୁ ନେଇ ଦୁଇ ଦଳ ଭିତରେ ବେଶ୍‌ ତର୍କ ବିତର୍କ ଓ ବିବାଦ ସୃଷ୍ଟି ହେଲା ।

SOURABH

ଆପ୍‌ ଉପରେ ବିଜେପି ଆରୋପ ଲଗାଇଥିଲା ଯେ ଏହାର ନେତାମାନେ ହନୁମାନଙ୍କ ମର୍ଯ୍ୟାଦା ହାନି କରୁଛନ୍ତି । ଅନ୍ୟପକ୍ଷରେ ସମାନ ଅଭିଯୋଗ ବିଜେପି ବିରୋଧରେ ଆଣିଥିଲେ ଆପ୍‌ ନେତା । ଆଉ ଆଜି ନିର୍ବାଚନ ଫଳାଫଳରେ ଆପ୍‌ର ବିଜୟ ବାନା ଉଡ଼ିବା ପରେ ଏହାର ନେତା ସୌରଭ ଭରଦ୍ୱାଜ କହିଛନ୍ତି, ବଜରଙ୍ଗବଲି ଆମକୁ ଜିତାଇଲେ । ଆମ ସପକ୍ଷରେ ରହିଲେ । ପୁଣି ବିଜେପିକୁ ସମାଲୋଚନା କରି କହିଛନ୍ତି ‘ହନୁମାନ କା ବଜଗୟା ଡଙ୍କା, ପାଖଣ୍ଡିୟୋଁ କି ଜଲଗୟି ଲଙ୍କା । ତାଙ୍କର ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ବିଜେପିକୁ କଡ଼ା ସମାଲୋଚନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.