Below header

ଓ୍ଵିକେଟ୍‌ ପଛରେ ଧୋନି ଥିଲେ ବୋଲରଙ୍କର ଚିନ୍ତା ନାହିଁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ କାହିଁକି ସମସ୍ତେ ପ୍ରଶଂସା କରନ୍ତି । ତାଙ୍କ ଗୁଣ ଯୋଗୁଁ ନା ଆଉ କିଛି । ଭାରତର ଏହି ସଫଳ ଅଧିନାୟକଙ୍କର ପଡ଼ିଆ ଭିତରେ କିମ୍ବା ପଡ଼ିଆ ବାହାରେ ତ ଅନେକ ଭଲ ଗୁଣ ଦେଖିବାକୁ ମିଳିଛି । ହେଲେ ତାଙ୍କ କ୍ରିକେଟ୍‌ କ୍ୟାରିୟରର ସଫଳତା ବିଶେଷ କରି ଅଧିନାୟକ ଭାବେ ସଫଳତାକୁ ସମସ୍ତେ ମାନିଛନ୍ତି । ମ୍ୟାଚ୍‌ ବେଳେ ତାଙ୍କର ରଣନୀତି ସମସ୍ତଙ୍କୁ ଚକିତ କରେ । ଅତି ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ଏଭଳି କିଛି ରଣନୀତି କରନ୍ତି ଯାହା କୌଣସି ଭୁଲ ନିଷ୍ପତ୍ତି ହୋଇପାରେ ବୋଲି ପ୍ରଥମରୁ ଲାଗେ । ହେଲେ ପରେ ତାଙ୍କ କୌଶଳ ସଫଳ ହୁଏ ଓ ଦଳ ମ୍ୟାଚ୍‌ ଜିତିଯାଏ । ଏଭଳି ଅନେକ ଉଦାହରଣ ଛାଡ଼ି ଯାଇଛନ୍ତି ଧୋନି । ତେଣୁ ଆଗାମୀ ବିଶ୍ୱ କପ୍‌ରେ ସେ ଦଳରେ ରୁହନ୍ତୁ ବୋଲି ସମସ୍ତେ ଚାହାନ୍ତି ।
ଧୋନି କାହିଁକି ସଫଳ ଏ ସମ୍ପର୍କରେ ଭାରତୀୟ ଦଳର ବୋଲର୍‌ କୁଲଦୀପ ଯାଦବ କୁହନ୍ତି, ମାହି ଓ୍ଵିକେଟ୍‌ ପଛରେ ସିନା ଥାନ୍ତି, ହେଲେ ନଜର ତାଙ୍କର ସବୁ ବେଳେ ସମସ୍ତଙ୍କ ଉପରେ ରହିଥାଏ । ସେ ବୋଲର୍‌ମାନଙ୍କୁ ଭଲ ଭାବେ ଠଉରାଇ ଥାନ୍ତି । ତାଙ୍କର ଦୁର୍ବଳତା ଓ ସାମର୍ଥ୍ୟକୁ ଠିକ୍‌ ଭାବେ ଜାଣିଥାନ୍ତି । ତାଙ୍କର ସବୁଠାରୁ ବଡ଼ ଗୁଣ ହେଲା ସେ ମ୍ୟାଚ୍‌ ପରିସ୍ଥିତିକୁ ମଧ୍ୟ ବହୁତ ଭଲ ଭାବେ ବୁଝିଥାନ୍ତି । ସେହି ଅନୁସାରେ ସେ ବୋଲରମାନଙ୍କୁ ପରାମର୍ଶ ଦିଅନ୍ତି । ତେଣୁ ବୋଲରଙ୍କ କାମ ସହଜ ହୋଇଯାଏ । ନେକ ସମୟରେ ବୋଲରମାନେ ପରିସ୍ଥିତିକୁ ବୁଝି ପାରନ୍ତି ନାହିଁ ହେଲେ ଓ୍ଵିକେଟ୍‌ କିପର ଏହାକୁ ଠିକ୍‌ ଭାବେ ପରଖି ଥାନ୍ତି । ଯାହା ମାହି ଭାଇଙ୍କ ଠାରେ ରହିଛି ବୋଲି କୁଲଦୀପ ଏକ ସାକ୍ଷାତକାରରେ କହିଛନ୍ତି ।
ଅନ୍ୟ ଖେଳାଳିମାନଙ୍କ ଭଳି ସେ ବି ଧୋନିଙ୍କର ଜଣେ ବଡ଼ ଫ୍ୟାନ୍‌ । ପଡ଼ିଆରେ ଥାନ୍ତୁ କି ନଥାନ୍ତୁ ସେ ବୋଲରମାନଙ୍କୁ ପରାମର୍ଶ ଦେଇଥାନ୍ତି । ବିଶେଷ କରି ଛୋଟ ଛୋଟ କଥାକୁ ଅଧିକ ଧ୍ୟାନ ଦେବାକୁ କହିଥାନ୍ତି ବୋଲି ବାମହାତୀ ସ୍ପିନର କୁଲଦୀପ ଯାଦବ କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.