Below header

ବିଶ୍ବକପ୍ ଫାଇନାଲ: ବଢୁଛି ହାର୍ଟବିଟ୍ , ବଢୁଛି ଉତ୍କଣ୍ଠା; ଭାରତ ତୃତୀୟ ଥର ବିଶ୍ବବିଜେତା ହେବାକୁ ଲକ୍ଷ୍ଯ

ବିଶ୍ବକପ୍ ଫାଇନାଲରେ କିଏ ହେବ ସୁପରହିଟ୍ ଓ କିଏ ପଡ଼ିବ ପ୍ଲପ୍ । ସମସ୍ତଙ୍କର ନଜର ରହିବ କିଙ୍ଗ କୋହଲିଙ୍କ ଉପରେ । ଚଳିତ ବିଶ୍ବକପରେ ସର୍ବାଧିକ ୭୧୧ ରନ୍ କରିଛନ୍ତି । ଏଥିରେ ରହିଛି ୩ଟି ସେଞ୍ଚୁରୀ ଓ ୫ଟି ଅର୍ଦ୍ଧଶତକ । ସେମିରେ ଶତକରେ ଅର୍ଦ୍ଧଶତକ ମାରି ବିଶ୍ବରେକର୍ଡ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପାଇଁ ଘାତକ ହୋଇପାରନ୍ତି ଇନଫର୍ମ ରୋହିତ ଶର୍ମା ।

ବିଶ୍ବକପ୍ ଫାଇନାଲରେ କିଏ ହେବ ସୁପରହିଟ୍ ଓ କିଏ ପଡ଼ିବ ପ୍ଲପ୍ । ସମସ୍ତଙ୍କର ନଜର ରହିବ କିଙ୍ଗ କୋହଲିଙ୍କ ଉପରେ । ଚଳିତ ବିଶ୍ବକପରେ ସର୍ବାଧିକ ୭୧୧ ରନ୍ କରିଛନ୍ତି । ଏଥିରେ ରହିଛି ୩ଟି ସେଞ୍ଚୁରୀ ଓ ୫ଟି ଅର୍ଦ୍ଧଶତକ । ସେମିରେ ଶତକରେ ଅର୍ଦ୍ଧଶତକ ମାରି ବିଶ୍ବରେକର୍ଡ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପାଇଁ ଘାତକ ହୋଇପାରନ୍ତି ଇନଫର୍ମ ରୋହିତ ଶର୍ମା । ସେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ମୋଟ୍ ୫୫୦ ରନ୍ କରିଛନ୍ତି । ଆରମ୍ଭରୁ ଆଟାକିଂ ଖେଳୁଛନ୍ତି । ପ୍ରଥମ ୧୦ ଓଭର ଭିତରେ ରନ୍ ବର୍ଷା କରୁଛନ୍ତି ହିଟ୍ ମ୍ୟାନ୍ ।

ବୋଲିଂରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ପାଣି ପିଆଇବେ ମହମ୍ମଦ ସାମି । ଚଳିତ ବିଶ୍ବକପରେ ସର୍ବାଧିକ ୨୩ ୱିକେଟ ନିଜ ନାଁରେ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାରୁ ପ୍ରଥମ ୪ଟି ମ୍ୟାଚ ପରେ ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିଥିଲା । ତାପରଠୁ ସାମି କମାଲ କରୁଛନ୍ତି । ସାମିଙ୍କ ସହ ବୁମରାହ ବି ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଇଁ କାଳ ହେବେ । ସେ ନେଇଛନ୍ତି ୧୮ ୱିକେଟ୍ । ଶେଷ ଆଡକୁ ସେ ସବୁବେଳେ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥାଆନ୍ତି ।

ଅନ୍ୟପଟେ ଭାରତର ବିଜୟ ପଥରେ ବାଧା ଦେଇପାରନ୍ତି କଙ୍ଗାରୁ ବାହିନୀ ବ୍ୟାଟର ଡେଭିଡ୍ ୱାର୍ଣ୍ଣର ଓ ମିଚେଲ୍ ମାର୍ଶ । ଚଳିତ ବିଶ୍ବକପରେ ୱାର୍ଣ୍ଣର ୨ଟି ଶତକ ସହ ୫୨୮ କରିଛନ୍ତି । ମାର୍ଶ କରିଛନ୍ତି ୪୨୬ ରନ୍ । ବୋଲିଂରେ ଆଦମ୍ ଜାମ୍ପା ଓ ଜୋସ୍ ହାଜଲଉଡଙ୍କୁ ଜଗିରଖି ଖେଳିବାକୁ ପଡ଼ିବ । ସାମିଙ୍କ ପରେ ଜାମ୍ପା ଚଳିତ ବିଶ୍ବକପରେ ଦ୍ବିତୀୟ ସର୍ବାଧିକ ୱିକେଟ ନେଇଛନ୍ତି । ସେ ନେଇଛନ୍ତି ୨୨ ୱିକେଟ୍ । ସେହିପରି ହାଜଲଉଡ ନେଇଥନ୍କି ୧୪ ୱିକେଟ । ଭାରତ ତୃତୀୟ ଥର ଓ ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ବବିଜେତା ହେବାକୁ ଲକ୍ଷ୍ଯ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.