ଆଜି ବାଘ-କଙ୍ଗାରୁ ଲଢ଼େଇ, କେଉଁ ଖେଳାଳିଙ୍କ ଉପରେ କିଏ ଭାରୀ ? ପକାନ୍ତୁ ନଜର

ବିଶ୍ବକପରେ ଅଷ୍ଟ୍ରେଲିଆ ଓ ଭାରତର କେଉଁ ଖେଳାଳିଙ୍କ ଉପରେ କିଏ ଭାରୀ । ବିରାଟ କୋହଲିଙ୍କ ପାଇଁ ଘାତକ ହୋଇପାରନ୍ତି ଦ୍ରୁତ ବୋଲର ଜୋସ୍ ହାଜଲଉଡ୍ ।ସେହିପରି ରୋହିତ ଶର୍ମାଙ୍କ ବାଟରେ କଣ୍ଟା ହୋଇପାରନ୍ତି ମିଚେଲ୍ ଷ୍ଟାର୍କ । ଅଧିକାଂଶ ସମୟରେ ବାମହାତୀ ପେସରଙ୍କ ଶିକାର ହେଉଛନ୍ତି ହିଟ୍ ମ୍ୟାନ୍ ।

ବିଶ୍ବକପରେ ଅଷ୍ଟ୍ରେଲିଆ ଓ ଭାରତର କେଉଁ ଖେଳାଳିଙ୍କ ଉପରେ କିଏ ଭାରୀ । ବିରାଟ କୋହଲିଙ୍କ ପାଇଁ ଘାତକ ହୋଇପାରନ୍ତି ଦ୍ରୁତ ବୋଲର ଜୋସ୍ ହାଜଲଉଡ୍ । କୋହଲିଙ୍କୁ ଦିନିକିଆରେ ସେ ୮୮ଟି ବଲ୍ ପକାଇଛନ୍ତି । ଆଉଟ୍ କରିଛନ୍ତି ପାଞ୍ଚ ଥର । ଚଳିତ ବିଶ୍ବକପ ଲିଗରେ ବି କୋହଲିଙ୍କୁ ଆଉଟ୍ କରିଥିଲେ ହାଜଲଉଡ୍ । ସେହିପରି ରୋହିତ ଶର୍ମାଙ୍କ ବାଟରେ କଣ୍ଟା ହୋଇପାରନ୍ତି ମିଚେଲ୍ ଷ୍ଟାର୍କ । ଅଧିକାଂଶ ସମୟରେ ବାମହାତୀ ପେସରଙ୍କ ଶିକାର ହେଉଛନ୍ତି ହିଟ୍ ମ୍ୟାନ୍ । ଦିନିକିଆରେ ରୋହିତ ୩୩ ଥର ବାମହାତୀ ଫାଷ୍ଟ ବୋଲରଙ୍କ ଦ୍ବାରା ଆଉଟ୍ ହୋଇଛନ୍ତି । ଏଥିରୁ ପ୍ରଥମ ୧୦ ଓଭରରେ ଆଉଟ୍ ହୋଇଛନ୍ତି ୨୨ ଥର ।

ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣଙ୍କ ପାଇଁ ମହମ୍ମଦ ସାମି ବିପଦ ହୋଇପାରନ୍ତି । ସାମି ବାମହାତୀ ବ୍ୟାଟରଙ୍କ ୱିକେଟ ନେବାରେ ମାହିର । ଚଳିତ ବିଶ୍ବକପରେ ବାମହାତୀ ବ୍ୟାଟରଙ୍କୁ ୫୨ ବଲ୍ ପକାଇଛନ୍ତି । ୮ ଜଣଙ୍କୁ ଆଉଟ୍ କରିଛନ୍ତି ସାମି । ଅର୍ଥାତ ପ୍ରତି ୭ଟି ବଲରେ ଜଣେ ବାମହାତୀ କ୍ରିକେଟରଙ୍କୁ ପାଭିଲନ୍ ଫେରାଇଛନ୍ତି । ଷ୍ଟିଭ୍ ସ୍ମିଥ ଓ ଜାଡେଜାଙ୍କ ଭିତରେ ଟକ୍କର ହୋଇପାରେ । ଚଳିତବର୍ଷ ସ୍ମିଥଙ୍କୁ ୫ ଥର ଆଉଟ୍ କରିଛନ୍ତି ଜାଡେଜା । ସେହିପରି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଘାଇଲା କରି ପାରନ୍ତି କୁଳଦୀପ ଯାଦବ । ଅହମ୍ମଦାବାଦରେ ସେ କଙ୍ଗାରୁ ବ୍ୟାଟରଙ୍କ ସ୍ପିନ ଯାଦୁରେ ଛନ୍ଦିବେ । ଏହି ବିଶ୍ବକପରେ ମ୍ୟାକ୍ସୱେଲ୍ ସ୍ପିନରଙ୍କୁ ଭଲ ଖେଳି ପାରନ୍ତି ନାହିଁ । ଆଜି ଏମାନଙ୍କର ପ୍ରଦର୍ଶ ଉପରେ ସମସ୍ତଙ୍କର ନଜର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.