ଆଜି ଭାରତ-ଅଷ୍ଟ୍ରେଲିଆ ଫାଇନାଲ, ୨୦ ବର୍ଷ ପୂର୍ବ ପରାଜୟର ପ୍ରତିଶୋଧ ନେବ ଟିମ୍‌ ଇଣ୍ଡିଆ !

ସୁପର ସନଡେରେ ସୁପର ଫାଇଟ । ଆଜି ବିଶ୍ବକପ ଟାଇଟଲ୍ ପାଇଁ ଲଢ଼ିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ହେବ ହାଇଭୋଟଲେଟ୍ ଫାଇନାଲ୍ ଫାଇଟ୍ । ୨୦ ବର୍ଷ ପରେ ବଦଲା ନେବ ଭାରତ । ଅଷ୍ଟ୍ରେଲିଆଠାରୁ ବିଶ୍ବକପ୍ ପରାଜୟର ପ୍ରତିଶୋଧ ନେବ ମେନ୍ ଇନ୍ ବ୍ଲୁ ।

ସୁପର ସନଡେରେ ସୁପର ଫାଇଟ । ଆଜି ବିଶ୍ବକପ ଟାଇଟଲ୍ ପାଇଁ ଲଢ଼ିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ହେବ ହାଇଭୋଟଲେଟ୍ ଫାଇନାଲ୍ ଫାଇଟ୍ । ୨୦ ବର୍ଷ ପରେ ବଦଲା ନେବ ଭାରତ । ଅଷ୍ଟ୍ରେଲିଆଠାରୁ ବିଶ୍ବକପ୍ ପରାଜୟର ପ୍ରତିଶୋଧ ନେବ ମେନ୍ ଇନ୍ ବ୍ଲୁ । ୨୦୨୩ରେ ହେବ ୨୦୦୩ ୱାର୍ଲଡ କପ୍ ପରାଜୟର କଡ଼ା ଗଣ୍ଡା ହିସାବ । ରଣନୀତି ହୋଇଛି । ବହୁ କିମ୍ବଦନ୍ତୀ କ୍ରିକେଟର ଭବିଷ୍ୟବାଣୀ କରିଛନ୍ତି, ଏଥର ବିଶ୍ବକପ୍ ଭାରତର ।

୨୦୦୩ରେ ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଭାରତକୁ ହରାଇ ଚାମ୍ପିଅନ୍ ହୋଇଥିଲା କଙ୍ଗାରୁ ବାହିନୀ । ୧୨୫ ରନରେ ହାରିଥିଲା ଟିମ୍ ଇଣ୍ଡିଆ । ଏଥର ବିଶ୍ବବିଜେତା ହେବା ସହ ଭାରତ ବଦଲା ନେବାକୁ ପଣ କରିଛି । ୨୦୦୩ରେ ଭାରତ ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆଠାରୁ ହାରିଥିଲା । ପରେ ମ୍ୟାଚ୍ ଜିତି ଯାଇଥିଲା ଫାଇନାଲ୍ । ଏଥର ଅଷ୍ଟ୍ରେଲିଆ ଟିମ ସହ ବି ସେଭଳି ଘଟିଛି । ଲିଗ୍ ପର୍ଯ୍ୟାୟରେ ଭାରତଠାରୁ ହାରିଥିବା ପ୍ୟାନ୍ କମିନ୍ସ ବାହିନୀ ଆସିଛି ଫାଇନାଲ୍ । ଅପରାଜେୟ ରହିଛି ଭାରତ । ୨୦୦୩ ସମୀକରଣର ପୁନରାବୃତ୍ତି ହେବ ନା ନୂଆ ଇତିହାସ ଲେଖିବ ଭାରତ ତାଉପରେ ନଜର ।

ସେପଟେ ବିଶ୍ବକପ ଆରମ୍ଭରୁ ଭାରତ ଟାଇଟଲ୍ ଫେଭରିଟ୍ ରହିଥିଲା । ଆଟାକିଂ ଖେଳ ଦେଖାଇଛି ରୋହିତ ବାହିନୀ । ଲିଗରେ ସମସ୍ତ ୯ଟି ମ୍ୟାଚ୍ ଓ ସେମିଫାଇନାଲ୍ ମୁକାବିଲା ଜିତି ଫାଇନାଲ୍ ଆସିଛି । ଲିଗର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଥିଲା ଭାରତ । ପରେ ଆଫଗାନିସ୍ତାନ ବିପକ୍ଷରେ ୮ ୱିକେଟରେ ଜିତିଥିଲା । ତୃତୀୟ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ହରାଇ ବିଜୟ ଅଭିଯାନ ଅତୁଟ ରଖିଥିଲା ଟିମ୍ ଇଣ୍ଡିଆ । ଚତୁର୍ଥ ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ହରାଇଥିଲା । ପଞ୍ଚମ ମୁକାବିଲାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ୱିକେଟରେ ଜିତିଥିଲା ମେନ୍ ଇନ୍ ବ୍ଲୁ । ସପ୍ତମ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ହରାଇଥିଲା । ଅଷ୍ଟମ ମୁକାବିଲାରେ ଶ୍ରୀଲଙ୍କାଠାରୁ ବିଶାଳ ୩୦୨ରନରେ ବିଜୟୀ ହୋଇଥିଲା ଭାରତ । ଶେଷ ଲିଗରେ ଦକ୍ଷିଣ ଆଫ୍ରିକାଠାରୁ ୨୪୩ ରନରେ ବାଜି ମାରିଥିଲା । ସେମିରେ ନ୍ୟୁଜିଲାଣ୍ଡଠାରୁ ୭୦ ରନରେ ଜିତିଥିଲା ଟିମ୍ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.