Below header

ଆଜିଠୁ ଭାରତ-ଆଫଗାନିସ୍ତାନ ଟି-୨୦, ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ ବିରାଟ କୋହଲି

ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଫର୍ମାଟର ଶେଷ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ଆଜି ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଫଗାନିସ୍ତାନ ବିପକ୍ଷ ୩ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଖେଳାଯିବ । ପ୍ରଥମ ଥର ପାଇଁ ଉଭୟ ଦଳ ଟି-୨୦ ସିରିଜ ଖେଳୁଛନ୍ତି ।

ମୋହାଲି (କେନ୍ୟୁଜ): ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଫର୍ମାଟର ଶେଷ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ଆଜି ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଫଗାନିସ୍ତାନ ବିପକ୍ଷ ୩ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଖେଳାଯିବ । ରାତି ୭ଟାରେ ଉଭୟ ଦଳ ମୁହାଁମୁହିଁ ହେବେ । ସିରିଜକୁ ରୋହିତ ଶର୍ମା ଓ ବିରାଟ କୋହଲି ଫେରିଛନ୍ତି । ଦୁଇ ଖେଳାଳି ଶେଷ ଥର ପାଇଁ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲ ଖେଳିଥିଲେ। ଭାରତ ଟି-୨୦ ବିଶ୍ୱକପ ସେମିରେ ଇଂଲଣ୍ଡ ଠାରୁ ହାରିବା ପରେ ରୋହିତ ଓ ବିରାଟ ଏହି ଫର୍ମାଟରେ ଆଉ ନଜର ଆସି ନଥିଲେ ।

ଏବେ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ବିରାଟ ଓ ରୋହିତ ରହିଛନ୍ତି । କିନ୍ତୁ ଆଜି ଆଫଗାନ ବିପକ୍ଷ ପ୍ରଥମ ଟି-୨୦ରେ ବ୍ୟକ୍ତିଗତ କାରଣ ପାଇଁ ବିରାଟ ଖେଳିବେ ନାହିଁ । କିନ୍ତୁ ସେ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍ ବେଳକୁ ଉପଲବ୍ଧ ହେବେ । ସେହିପରି ଟି-୨୦ରେ ଯଶସ୍ୱୀ ଜୈସୱାଲ ଓ ରୋହିତ ଶର୍ମା ଭାରତର ଇନିଂସ ଆରମ୍ଭ କରିବେ । ଏପଟେ ଆଫଗାନ ଦଳର ଷ୍ଟାର ଅଲରାଉଣ୍ଡର ରସିଦ ଖାନ ଖେଳିବେ ନାହିଁ । ପ୍ରଥମ ଥର ପାଇଁ ଉଭୟ ଦଳ ଟି-୨୦ ସିରିଜ ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.