Below header

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ, ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଝାଳବୁହା ଅଭ୍ୟାସ

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ । ସୁପରସଣ୍ଡେରେ ହେବ ସୁପର ମୁକାବିଲା । ସଂଧ୍ୟା ୭ଟାରେ ବିଶାଖାପାଟଣାରେ ଖେଳାଯିବ ପ୍ରଥମ ଟି-ଟେ୍ଵଣ୍ଟି । ଏହା ପୂର୍ବରୁ ଉଭୟ ଦଳର ଖେଳାଳୀ ଝାଳବୁହା ଅଭ୍ୟାସ କରିଛନ୍ତି । ବିଶ୍ୱକପ ପୂର୍ବରୁ ଏହି ସିରିଜକୁ ଗୁରୁତ୍ୱ ଦିଆଯାଉଛି । ଏପଟେ ୩ ସପ୍ତାହ ପରେ ଟିମକୁ ଫେରିଛନ୍ତି ଅଧିନାୟକ ବିରାଟ କୋହଲୀ ଓ ଯଶପ୍ରିତ ବୁମରାହ । କୋହଲୀଙ୍କ କମବ୍ୟାକ ଟିମ ଇଣ୍ଡିଆର ବ୍ୟାଟିଂ ଲାଇନକୁ ମଜବୁତ କରିଛି । ତେବେ ସମସ୍ତଙ୍କ ନଜର ରହିଛି ଯୁବ ଖେଳାଳୀ ବିଜୟ ଶଙ୍କର ଓ ରିଷଭ ପନ୍ଥଙ୍କ ଉପରେ । ଅଷ୍ଟ୍ରେଲିଆ ମାଟିରେ ଦମଦାର ଖେଳ ପ୍ରଦର୍ଶନ କରିଥିଲା ମ୍ୟାନ ଇନ ବ୍ଲୁ । ସେପଟେ ଆରୋନ ଫିଞ୍ଚଙ୍କ କଙ୍ଗାରୁ ଦଳ ମଧ୍ୟ ଶକ୍ତିଶାଳୀ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.