Below header

କେନ୍ଦ୍ରାପଡ଼ା ବଜରପୁର ଗାଁରେ ନିଆରା ପରମ୍ପରା, ମାନବ ସହିତ ହୋଇଛି ଦେବୀଙ୍କ ବାହାଘର

ମାନବ ସହିତ ଦେବୀଙ୍କ ବାହାଘର । କଥାଟା ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ । ଏମିତି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବଜରପୁର ଗାଁରେ । କାହିଁ କେଉଁ କାଳରୁ ଏ ପରମ୍ପରା ଚାଲି ଆସିଛି ।

godess

 

ଗୀତର ତାଳେ ତାଳେ ଗାଁ ଉଠୁଛି ପଡୁଛି । ବାଜା ରୋଷଣୀରେ ଗାଁ ଦାଣ୍ଡ କମ୍ପୁଛି । ରାସ୍ତାର ଦୁଇ ପାର୍ଶ୍ୱରେ ଦେଖଣାହାରୀଙ୍କ ଭିଡ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବଜରପୁର ଗାଁରେ ମାଆ ବାସୁଳାଇଙ୍କ ବିବାହ ଅନୁଷ୍ଠିତ ହୋଇଛି । ଆଉ ଏହା ପୁଣି କୁମ୍ଭାର ରାଜା ବଳୀଙ୍କ ସହିତ । ଏଭଳି ଏକ ନିଆରା ବାହାଘର ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମିଥିଲା ।

ପ୍ରତିବର୍ଷ ଅଗ୍ନି ଉତ୍ସବ ପୁର୍ଣ୍ଣିମାରେ ମାଆ ବାସୁଳାଇଙ୍କ ବାହାଘର ଅନୁଷ୍ଠିତ ହୋଇଥାଏ । କୁମ୍ଭାର ରାଜା ବଳୀଙ୍କ ବଂଶଧର ବାଜା ରୋଷଣୀ ସହ ବଜରପୁରରେ ପହଞ୍ଚିବା ପରେ କନ୍ୟାପକ୍ଷରୁ ସ୍ୱାଗତ କରାଯାଇଥାଏ । ପରେ ମନ୍ଦିରର ପୂଜଙ୍କ ବାସୁଳାଇଙ୍କ ପିତା ହୋଇ ବିବାହ କାର‌୍ୟ୍ୟ ସମ୍ପାଦନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.