ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜ୍, ନାଗପୁର ଠାରେ ପ୍ରଥମ ଟେଷ୍ଟ
ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜ୍ । ନାଗପୁର ଠାରେ ଖେଳାଯିବ ପ୍ରଥମ ଟେଷ୍ଟ । ନମ୍ବର ଓ୍ଵାନ୍ ଓ ନମ୍ବର ଟୁ ଟେଷ୍ଟ ଟିମ୍ ମଧ୍ୟରେ ହେବ ଟକ୍କର । ବିଶ୍ୱ ର୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଏକ ନମ୍ବର ଆଉ ଭାରତ ଦୁଇ ନମ୍ବରରେ ରହିଛି । ଆସେସ୍ ସିରିଜ୍ ଭଳି ଭାରତ-ଅଷ୍ଟ୍ରେଲିଆ ସିରିଜ୍କୁ ନେଇ ଖୁବ୍ ଉତ୍ସାହ ରହିଛି କ୍ରିକେଟ୍ ପ୍ରେମୀଙ୍କ ମନରେ । ରୋହିତଙ୍କ ନେତୃତ୍ୱରେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ପ୍ଲେଇଂ ଇଲେଭେନ୍ ଉପରେ ନଜର ରହିଛି । ବ୍ୟାଟିଂ ଭାର ରୋହିତ ଶର୍ମା, ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ କାନ୍ଧରେ ରହିବ ।
ଦ୍ୱିତୀୟ ଓପନର ଓ ପଞ୍ଚମ ସ୍ଥାନରେ କିଏ ବ୍ୟାଟିଂ କରିବେ ତାଉପରେ ନଜର ରହିଛି । ଏହି ସ୍ଥାନ ପାଇଁ ଦାବିଦାର ଅଛନ୍ତି ଶୁଭମନ୍ ଗିଲ୍, ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ । ଏମାନଙ୍କୁ ଭିତରୁ କାହାକୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିପାରେ । ଦୁଇଟି ସ୍ଥାନ ପାଇଁ ୩ ଜଣଙ୍କ ଭିତରୁ ଖେଳିବେ କିଏ । ଅନ୍ୟପଟେ ଦୀର୍ଘ ଦିନ ପରେ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି ରବୀନ୍ଦ୍ର ଜାଡେଜା । ତାଙ୍କ ଖେଳିବା ଏକ ପ୍ରକାର ନିଶ୍ଚିତ । ସେ ଖେଳିଲେ ଆଉ ୨ ଜଣ ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ପ୍ରଥମ ସ୍ପିନର ପସନ୍ଦରେ ଆଗରେ ଅଛନ୍ତ ଅଶ୍ୱିନ ।
ତେଣୁ ଅକ୍ଷର ପଟେଲ ଓ କୁଳଦୀପ ଯାଦବଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ସୁଯୋଗ ମିଳିବ । ଫାଷ୍ଟ ବୋଲିଂ ଦାୟିତ୍ୱ କୁଲାଇବେ ମହମ୍ମଦ ସାମି ଓ ମହମ୍ମଦ ସିରାଜ । ରିଷଭ ପନ୍ଥଙ୍କ ସ୍ଥାନରେ ଓ୍ଵିକେଟ କିପର ବ୍ୟାଟସ୍ ମ୍ୟାନ୍ ଭାବରେ ଇଶାନ୍ କିଷାନଙ୍କ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସୁଯୋଗ ମିଳିଥିଲେ ବି ପ୍ରଥମ ଟେଷ୍ଟରେ ଖେଳିବା ସମ୍ଭାବନା ନାହିଁ । … ସେପଟେ ବିଜୟ ସହ ଟେଷ୍ଟ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ । ପେସ୍ ବାହିନୀଙ୍କୁ ଲଗାଇ ଭାରତର ସମ୍ଭାବ୍ୟ ବିଶାଳ ସ୍କୋରରେ ବ୍ରେକ୍ ଲଗାଇବାକୁ ରଣନୀତି କରିଛନ୍ତି କମିନ୍ସ ବାହିନୀ । ଭାରତକୁ ନିଜ ମାଟିରେ ହରାଇ ବର୍ଡର ଗାଭାସ୍କର ଟ୍ରିଫ ହାତେଇବା ଲକ୍ଷ୍ୟରେ ରହିଛି କଙ୍ଗାରୁ ଟିମ୍ । .