ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ, ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ

ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ । ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭାରତ ପ୍ରଥମ ମ୍ୟାଚ୍ ରେ ପରାଜିତ ହୋଇ ଚାପରେ ଥିବା ଘରୋଇ ଆଜିର ମ୍ୟାଚରେ ଇଂଲଣ୍ଡର ‘ବାଜ୍ ବଲ୍ ’କୁ ସାମ୍ନା କରିବା ପାଇଁ ଭିନ୍ନ ରଣକୌଶଳ ପ୍ରସ୍ତୁତ କରିବାକୁ ପଡ଼ିବ।

ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ । ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭାରତ ପ୍ରଥମ ମ୍ୟାଚ୍ ରେ ପରାଜିତ ହୋଇ ଚାପରେ ଥିବା ଘରୋଇ ଆଜିର ମ୍ୟାଚରେ ଇଂଲଣ୍ଡର ‘ବାଜ୍ ବଲ୍ ’କୁ ସାମ୍ନା କରିବା ପାଇଁ ଭିନ୍ନ ରଣକୌଶଳ ପ୍ରସ୍ତୁତ କରିବାକୁ ପଡ଼ିବ । ଘରୋଇ ମ୍ୟାଚ୍ ରେ ଭାରତ ଅଧିକାଂଶ ସମୟରେ ଭଲ ପ୍ରଦର୍ଶନ କରିଥାଏ । କିନ୍ତୁ ହାଇଦ୍ରାବାଦରେ ଯେଭଳି ଶୋଚନୀୟ ପରାଜୟର ସାମ୍ନା କରିଥିଲା, ଖେଳାଳିଙ୍କୁ ଏଥିରୁ ମୁକୁଳିବାକୁ ବାଟ ବାହାର କରିବାକୁ ପଡ଼ିବ । କିନ୍ତୁ କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଅନୁପସ୍ଥିତିରେ ଖେଳାଳିଙ୍କ କାମ ପୂର୍ବାପେକ୍ଷା କଠିନ ହୋଇଯିବ ।

ତେବେ ତିନିବର୍ଷ ତଳେ ଭାରତ ଯେପରି ପ୍ରଥମ ମ୍ୟାଚ୍ ରେ ପରାଜିତ ହୋଇଥିଲେ ହେଁ ଶୃଙ୍ଖଳାକୁ ଜିତିପାରିଥିଲା, ଠିକ୍ ସେମିତି ଭାରତୀୟଙ୍କୁ ଖେଳିବାକୁ ପଡ଼ିବ । କିନ୍ତୁ ସେତେବେଳେ ଜୋ ରୁଟ୍ ଙ୍କ ନେତୃତ୍ବାଧିନ ଦଳ ଅପେକ୍ଷା ଏବେକାର ବେନ୍ ଷ୍ଟୋକ୍ସଙ୍କ ଆକ୍ରମଣାତ୍ମକ ଦଳକୁ ଟକ୍କର ଦେବା ସହଜ ହେବନି ।

Leave A Reply

Your email address will not be published.