କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ ଖବର, ଭାରତ- ପାକିସ୍ତାନ ମ୍ୟାଚ୍ ପାଇଁ ବଦଳିପାରେ ତାରିଖ !
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ବିଶ୍ୱକପ୍ ମ୍ୟାଚ୍ ଅହମଦାବାଦରେ ହେବାକୁ ରହିଛି । କିନ୍ତୁ ଏହି ତାରିଖ ବଦଳିପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ତାରିଖ ପରିବର୍ତ୍ତନ ହେଲେ ଫ୍ୟାନ୍ସଙ୍କୁ ବହୁତ ସମସ୍ୟା ଭୋଗିବାକୁ ପଡିବ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ବିଶ୍ୱକପ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଛି । ଏହା ମଧ୍ୟରେ ମ୍ୟାଚ୍କୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତ- ପାକିସ୍ତାନ ମ୍ୟାଚ୍ ତାରିଖ ବଦଳିବ ବୋଲି ଚର୍ଚ୍ଚା ଚାଲିଛି । ଅକ୍ଟୋବର ୧୫ରେ ନବରାତ୍ରୀ ଆରମ୍ଭ ହେଉଛି । ଆଉ ନବରାତ୍ରୀକୁ ନେଇ ଗୁଜରାଟରେ ଗରବା ଡ୍ୟାନ୍ସ ପାଇଁ ଭିଡ ଜିମଥାଏ । ଭାରତ-ପାକିସ୍ତାନ ମ୍ୟାଚ୍ ଅହମଦାବାଦରେ ରହିଥିବା ଯୋଗୁଁ ଆଇସିସି ଏବଂ ବିସିସିଆଇ ଏହାକୁ ନେଇ ବିଚାର କରୁଛି ।
ଭାରତ- ପାକିସ୍ତାନ ମ୍ୟାଚ୍ ତାରିଖ ବଦଳିଲେ ଫ୍ୟାନ୍ସ ପାଇଁ ବହୁତ ବଡ ସମସ୍ୟା ହୋଇପାରେ । ପୂର୍ବରୁ ଟିକେଟ କିଣିଥିବା ଏବଂ ହୋଟେଲ ରୁମ୍ ବୁକ୍ କରିବା ସବୁକିଛି ସମସ୍ୟା ହୋଇପାରେ । ଏହାଛଡା ବ୍ରଡକାଷ୍ଟରଙ୍କ ପାଇଁ ମଧ୍ୟ ସମସ୍ୟା ହୋଇପାରେ । ତେବେ ଏହାକୁ ନେଇ ବିସିସିଆଇ ନିଷ୍ପତ୍ତି ନେବ ।
ତେବେ ବିସିସିଆଇ ସଚିବ ଜୟ ଶାହା ବିଶ୍ୱକପ ଆୟୋଜନ କରୁଥିବା ସମସ୍ତ କ୍ରିକେଟ ଆସୋସିଏସନକୁ ଚିଠି ଲେଖି ଆସନ୍ତାକାଲି(୨୭ ଜୁଲାଇ)କୁ ଦିଲ୍ଲୀରେ ଏକ ବୈଠକ ପାଇଁ ଡାକିଛନ୍ତି । ତେବେ ଏହି ବୈଠକରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଚର୍ଚ୍ଚା ହେବା ପରେ ନୂଆ ତାରିଖ ଘୋଷଣା କରାଯାଇପାରେ ।
ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ହୋଟେଲ ଗୁଡିକରେ ଅକ୍ଟୋବର ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ରୁମ ବୁକ ହୋଇ ସାରିଛି ।
ବିଶ୍ବକପ ୨୦୨୩ରେ ଟିମ୍ ଇଣ୍ଡିଆର ସୂଚୀ :
୮ ଅକ୍ଟୋବର : ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)
୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)
୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)
୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)
୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)
୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)
୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)
୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)
୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍ (ବେଙ୍ଗାଲୁରୁ)